ଜୀବନ ମନ୍ତ୍ର

ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭଦ୍ରକ:  ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଭାସ୍କର ଚନ୍ଦ୍ର ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 169ଜଣ ଛାତ୍ରଛାତ୍ରୀ  ଅଧ୍ୟୟନ କରୁଛନ୍ତି । ହେଲେ  ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ସଂସ୍କୃତ, ଗଣିତ, ଇଂରାଜୀ ଓ କ୍ଲାସିକାଲ ଆଦି ବିଷୟରେ କେହି ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ପିଲାମାନଙ୍କର ପାଠ ପଢ଼ାରେ ବାଧା ଉପୁଜୁଛି ।

ଯାହା ଫଳରେ ପିଲାମାନେ ଠିକ ଭାବରେ ପାଠ ପଢି ପାରୁ ନାହାଁନ୍ତି, ପରୀକ୍ଷାରେ ମାର୍କ ମଧ୍ୟ କମୁଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଆଜି ପର୍ଯ୍ୟନ୍ତ ସଂପୃକ୍ତ ବିଷୟ ଗୁଡିକରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏଥି ସହିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବା ସହିତ ବିଦ୍ୟାଳୟରେ ପିଅନ ଟିଏ ମଧ୍ୟ ନାହାନ୍ତି । ଯାହାଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ  କରି ବିଦ୍ୟାଳୟର ବାକି ଶିକ୍ଷକ ଶିକ୍ଷୟତ୍ରୀ ।

ଏପରିକି ବିଦ୍ୟାଳୟର ବାଉଣ୍ଡାରି ୱାଲ ନଥିବାରୁ ବାହାରର ମଦ୍ୟପମାନେ ମଧ୍ୟ ବିଦ୍ୟାଳୟ ଭିତରକୁ ପଶି ଆସୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ସମସ୍ତ ଅଭିଭାବକଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟି ଜିଲା ଶିକ୍ଷାଆଧିକାରୀଙ୍କ ପାଖରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଜଣାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ କଥାକୁ କେହି ଶୁଣୁନଥିବା ଅଭିଯୋଗ  ହେଉଛି । ଏପରିସ୍ଥଳେ ତୁରନ୍ତ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ନିଯୁକ୍ତି ସହିତ ଖାଲି ଥିବା ପଦବୀରେ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିବାବେଳେ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଗେଟରେ ତାଲା ଖୋଲାଯିବ ନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top