ଜୀବନ ମନ୍ତ୍ର

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପି.ଏଚ.ଡ଼ି କାର୍ଯ୍ୟକ୍ରମ ନିମନ୍ତେ ଦରଖାସ୍ତ ଆହ୍ୱାନ

SOA

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପି.ଏଚ.ଡ଼ି କାର୍ଯ୍ୟକ୍ରମ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଅନଲାଇନ ରେ ଆବେଦନ କରିବା ନିମନ୍ତେ ଜାନୁୟାରୀ ୧୫ ଶେଷ ତାରିଖ ହୋଇଥିବା ବେଳେ ଏଥିନିମନ୍ତେ ଜାନୁଆରୀ ୨୪ରେ ଲିଖିତ ପରୀକ୍ଷା ହୋଇ ଜାନୁଆରୀ ୨୫ରେ ମୌଖିକ ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଇଚ୍ଛୁକ ପ୍ରାର୍ଥୀ www.soa.ac.inରେ ଆବେଦନ କରିପାରିବେ । ଏଥିରେ ମନୋନୀତ ହେଇଥିବା ତଥା ଯୋଗ୍ୟ ବିବେଚିତ ହୋଇଥିବା ପୂର୍ଣ୍ଣ ସମୟ ଗବେଷକ ମାନଙ୍କୁ ମାସିକ ଟ. ୨୦୦୦୦ ଫେଲୋସିପ ପ୍ରaଦାନ କରାଯିବ ।

ମ୍ୟାନେଜମେଂଟ, ହସପିଟାଲିଟି ଓ ଟୁରିଜିମ୍ ମ୍ୟାନେଜମେଂଟ, ଡେଂଟାଲ ସାଇନସେସ୍‌, ଫାର୍ମାସୀ, ଲ, ନର୍ସିଂ, ବାୟୋଟେକନୋଲଜି, ଇଞ୍ଜିନିୟରିଂ, ଏନଭାଇରନମେଂଟ ସାଇନସେସ୍‌, ବେସିକ୍ ସାଇନସେସ୍‌, ହ୍ୟୁମାନିଟିଜ୍ ଓ ସୋସିଆଲ ସାଇନସେସ ଏବଂ ଏଗ୍ରିକଲଚର୍ ବିଷୟ ଗୁଡିକରେ ଏହି ପି.ଏଚ.ଡି କରାଯାଇ ପାରିବ ସୋଆ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top