ନ୍ୟୁଜ୍

ଅଗଷ୍ଟ ୨୧ରୁ +୨ ନୂତନ ଆଡ୍‌ମିଶନ୍ କରିବେ ଛାତ୍ରଛାତ୍ରୀ: ସମୀର ଦାଶଙ୍କ ସୂଚନା

ଅର୍ଗସ ବ୍ୟୁରୋ:  ଅଗଷ୍ଟ ୨୧ରୁ +୨ ନୂତନ ଆଡ୍‌ମିଶନ୍ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏ ନେଇ ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି । ଅନ୍‌ଲାଇନ୍‌ରେ ଆଡ୍‌ମିଶନ୍ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ SAMS ସେଣ୍ଟର ଜରିଆରେ ‌ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଚଳିତ ଥର କରୋନା ପାଇଁ ସବୁକିଛି ବିଳମ୍ୱ ହୋଇଥିବାବେଳେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ମଧ୍ୟ ବିଳମ୍ୱରେ ପ୍ରକାଶ ପାଇଥିଲା । ତେବେ ରେଜଲ୍ଟ ମଧ୍ୟ ଭଲ ହୋଇଥିଲା ।

ଅନ୍ୟପଟେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡମିଶନ୍ ପାଇଁ ଆବେଦନ ଫି’ କମାଇଛନ୍ତି । ସାଧାରଣ ବର୍ଗ ଓ SC/ST ପିଲାଙ୍କ ପାଇଁ ୧୦୦ ଟଙ୍କା ଫି’ ହ୍ରାସ କରାଯାଇଛି । ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରହିଛି । ସେହିପରି SC/ST ପିଲାଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ରଖାଯାଇଛି । ଏ ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏହା ସହ ସେପ୍ଟେମ୍ବର ୯ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଯେଉଁଭଳି ଭାବରେ ରାଜ୍ୟରେ ତାର କାୟା ବିସ୍ତାର କରିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top