ରାଜ୍ୟ

କୋରୋନାରେ ମୃତ୍ୟୁ ହେଲେ ସରକାରଙ୍କ ତତ୍ତ୍ୱାବଧାନରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଅଧା ରହିଥିବା କାର୍ଯ୍ୟ କାର୍ଯ୍ୟରେ ଗଣା ହୁଏ ନାହିଁ । କାର୍ଯ୍ୟ ହାତକୁ ନେଲେ ଶେଷ କରିବାକୁ ପଡ଼ିବ   । କଟକ ଜିଲ୍ଲାପାଳ ଭବାନୀ ଚୟିନୀ ପିତୃ ବୟୋଗ ସତ୍ତ୍ୱେ ନିଜ ପିତାଙ୍କ ଆହ୍ୱାନ କ୍ରମେ କାର୍ଯ୍ୟ କରିଚାଲିଛନ୍ତି । ଜଣେ ଶିଶୁକୁ ସଜ୍ଞା ଦିଏ ଜଣେ ନର୍ସ । ଆଜି ସ୍ୱାସ୍ଥ୍ୟ ଦିବସ ଅବସରେ ନର୍ସ ଏବଂ ଧାଇ ମାମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କୁ  ସ୍ୱେଚ୍ଛାକୃତ ଭାବେ ଜଣାଇବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ  । ତେବେ ମୁଖ୍ୟମନ୍ତ୍ରୀଙ୍କ ଅପିଲ କ୍ରମେ 70 ଜଣ ସାମ୍ନାକୁ ଆସିଛନ୍ତି । ବେସରକାରୀ ଓ ଅବସରପ୍ରାପ୍ତ 300 ଡାକ୍ତର 24 ଘଣ୍ଟାରେ ସ୍ୱେଚ୍ଚାସେବା ପାଇଁ ଆଗେଇ ଆସିଛନ୍ତି ବୋଲି ସୂଚନା ଦେଇଛନ୍ତି କୋଭିଡ-19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବିଶ୍ୱର ତୃତୀୟ ସଂକ୍ରମିତ ଦେଶ ଇଟାଲୀ । 132547 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟ ସଂଖ୍ୟା 16523ରେ ପହଞ୍ଚିଛି । ଗୋଟିଏ କାରଣ ହେଉଛି ସାଧାରଣ ହସ୍ପିଟାଲରେ ସଂକ୍ରମିତଙ୍କୁ ରଖାଯାଇଥିଲା । କେବଳ ହୋଇଛି । ଏଯାବତ 7ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ବୋଲି କହିଛନ୍ତି ବାଗଚୀ । କୋଭିଡ-19 ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ କରଯାଇଛି । 34 ଟି ହସ୍ପିଟାଲ ହେବାକୁ ଥିବା ବେଳେ 7 କାର୍ଯ୍ୟକ୍ଷମ ହୋଇଛି । 

ଏହାସହ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଅନୁଯୟୀ 9 ଏପ୍ରିଲ ପରଠାରୁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ମାସ୍କର ଅର୍ଥ ନୁହେଁ ଡାକ୍ତରଖାନାରେ ମିଳୁଥିବା ମାସ୍କ ପୁରୁଣା ଡ୍ରେସରୁ ମଧ୍ୟ ତିଆରି କରିପାରିବେ  । ଲୁଣ ପକା ଫୁଟା ପାଣିରେ ଫୁଟାଇ ବ୍ୟବହାର କରିପାରିବେ ମାସ୍କ  । 2 ବର୍ଷରୁ କମ୍‌ ପିଲା, ଅଚେତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାଇବେ ନାହିଁ । 5 ଘଣ୍ଟା ଖରାରେ ଶୁଖାଇ ବ୍ୟବହାର କରିବେ । ଅଧିକ ଥର ବ୍ୟବହାର ପରେ ପୋଡ଼ିବେ କିମ୍ବା ପୋତିବେ । ଶାଢ଼ୀ ବା ଗାମୁଛାରେ ବ୍ୟବହାର କରିପାରିବେ । ଆଜି ରାଜ୍ୟରେ 42 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଟସ୍ପଟ ଚିହ୍ନଟ କରାଯାଇଛି । ଏହା ପରେ ସ୍ୱାସ୍ଥ୍ୟ ଓ ପୌର ଅଫିସର ମାନେ ଘରେ ଘରେ ବୁଲିବେ । ବ୍ୟକ୍ତିଗତ ସୁଖ ସୁବିଧା ରହିବ ନାହିଁ । ଜୀବନ ବଞ୍ଚାଇବା ପାଇଁ ତ୍ୟାଗ ସ୍ୱିକାର କରିବାକୁ ପଡ଼ିବ ବୋଲି କହିଛନ୍ତି ବାଗଚୀ । ବିଏମସିରେ ଆଜି 6 ଜଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

ଗତାକାଲି ବିଶ୍ୱରେ 208 ଦେଶରେ 1276732 ଜଣ ଆକ୍ରାନ୍ତ ଥିଲେ   । ଆଜି ଏହି ସଂଖ୍ୟା  1349889ରେ ପହଞ୍ଚିଛି  । ମୃତକ ସଂଖ୍ୟା  69545 ଥିଲା, ଆଜି 74820ରେ ପହଞ୍ଚିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 4421 , ଗତାକାଲି 4067 ଥିଲା । ରାଜ୍ୟରେ ଏପର୍ଯ୍ୟନ୍ତ 2212 ନମୂନା ପରୀକ୍ଷା ହୋଇଛି । 42 ପଜିଟିଭ୍‌ ମିଳିଥିବା ବେଳେ, 2 ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଜଣଙ୍କର ମୃତ୍ୟୁ ହୋଇଛି । 86 ଜଣ ଆଇସୋଲେସନରେ ଅଛନ୍ତି । କୋଭିଡ-19 ହସ୍ପିଟାଲ ପୃଥକ ଭାବେ କାର୍ଯ୍ୟ କରୁଛି । କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବ ସତ୍କାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୃତ ଶରୀର ରାଜ୍ୟ ସରକାଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବାଗଚୀ ।

କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସେମାନଙ୍କ ପରିବାର ଦୂରେଇ ଦେଉଥିବା ଖବର ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ଏଭଳି କରନ୍ତୁ ନାହିଁ । ମଣିଷ ଲକ୍‌ ଡାଉନରେ ରହିବ ମାନବିକତାକୁ ଲକ୍‌ଡାଉନରେ ରଖନ୍ତୁ ନାହିଁ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top