ନ୍ୟୁଜ୍

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାଢ଼େ ସାତ କୋଟି ଦେଲେ ବାଗଚୀ ଦମ୍ପତି

ଭୁବନେଶ୍ୱର: ପୁଣି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ । ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି ।

କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ ବୋଲି ଜଣାପଡ଼ିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗଚୀ ଦମ୍ପତିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏହି ପରିମାଣର ଚେକ୍‌ ଗ୍ରହଣ କରିଥିଲେ  ।  ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ  । ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଇଁ ଅଢ଼େଇ କୋଟି ଟଙ୍କା ଦେଇଥିଲେ ବାଗଚୀ ଦମ୍ପତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top