ରାଜ୍ୟ

ପଞ୍ଚମ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜାଚାଲିଛି: ବାଗଚୀ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ 21ଜଣ ଆସିଛନ୍ତି । ଏହି ସୂଚନା ଦେଲେ ରାଜ୍ୟ ସରକାରଙ୍କ କୋଭିଡ-19ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ରାଜ୍ୟରେ ଏବେ ସୁଦ୍ଧା 900 ନମୂନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣ ପଜିଟିଭ୍‌ ଥିବା ଜଣାପଡ଼ିଛି । ଏହି 5 ଜଣ ଆକ୍ରାନ୍ତ ମୋଟ 221 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ପ୍ରତମ ଦୁଇ ଜଣ 55 ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ତୃତୀୟ ଆକ୍ରାନ୍ତ 112 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିଭଳି ଚତୁର୍ଥ ବ୍ୟକ୍ତି 33 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ।

85 ଜଣ କୋରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ଥିବା ବେଳେ ବିଦେଶରୁ ଫେରିଛନ୍ତି 4366 । ଏବେ ସୁଦ୍ଧା ହେଲ୍ପ ଲାଇନ୍‌ ନମ୍ବର 104ରେ 15895 ଜଣ ପଞ୍ଜିକରଣ କରିଥିବା ନେଇ ସେ ଦେଇଛନ୍ତି।  ଅନ୍ୟପଟେ ବାଗଚୀ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସର ଉଦାହରଣ ଦେଇ କହିଲେ, ରାମଙ୍କ 14ବର୍ଷ ବନବାସ ପରି ସମସ୍ତଙ୍କୁ ଆାଗାମୀ 14 ଦିନ ଘରେ ରହିବାକୁ ପଡିବ ।

ଏହା ସହ ଲୋକମାନେ ସାବଧାନ ହୋଇ ନିଜର 95 ପ୍ରତିଶତ ଯତ୍ନ ଦେଲେ କରୋନାରୁ ଦୁରେଇ ହୋଇ ରହିପାରିବେ। ଲୋକଙ୍କୁ ଭୟଭିତ ନହୋଇ ଏହାର ମୁକାବିଲା କରିବାକୁ ପଡିବ । ଯଦି କୌଣସି ଲକ୍ଷଣ ଦେଖାଯାଏ ତାହେଲେ ତୁରନ୍ତ ନିର୍ଭିକ ଭାବେ ଆଗକୁ ଆସି ଏ ବିଷୟରେ ଅବଗତ କରେଇବାକୁ ହେବ । ବାଗଚୀ କହିଲେ ଅନେକ ସମୟରେ ଲୋକ ଭୟଭିତ ହୋଇ ନିଜ ଲକ୍ଷଣ ବିଷୟରେ ସୁଚନା ଦେବାକୁ ଡରୁଛନ୍ତି। ତେବେ ଭୟଭୀତ ନହୋଇ ସରକାରଙ୍କୁ ଜଣାନ୍ତୁ ।  ଦେହରେ ଲକ୍ଷଣ ଥିଲେ କିଏ କଣ ଭାବିବ ଦେଖନ୍ତୁନି । ପଡୋଶୀଙ୍କୁ ଡରନ୍ତୁନି । ନିର୍ଭିକ ହେଲେ ଆପଣ ଗୋଟେ ଜାତିକୁ ବଞ୍ଚାଇ ପାରିବେ । ଆମେ ଯେତେ ଡରିବା, ଭୟ ଆମକୁ ସେତେ ଡରାଇବ ବୋଲି କହିଛନ୍ତି ବାଗଚୀ ।

5 ଜଣ ଆକ୍ରାନ୍ତ ଭିତରେ ଜଣଙ୍କୁ ପାଖାପାଖି 49ଥର ଫୋନ କଲାପରେ ସେ ଫୋନ ଉଠେଇଲେ । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ସେ ଭୟଭୀତ ଅବସ୍ଥାରେ ଥିଲେ । ତେବେ ବିଦେଶ ଫେରନ୍ତା ଲୋକଙ୍କ ସହ ଭଲ ବ୍ୟବହାର କରିବା ଉଚିତ । ସେମାନଙ୍କୁ ସଂଘରୋଧରେ ରହିବାକୁ ଅନୁରୋଧ କରାଯିବା ଦରକାର । ଯଦି ଥଣ୍ଡା, କାଶ ଓ ଜ୍ୱର ହୁଏ ତା ହେଲେ ଭୟଭିତ ନହୋଇ 104କୁ ଫୋନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top