ଟେକ୍ନୋଲୋଜି

ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ମୁଖ୍ୟ ହେଲେ ସୁନ୍ଦର ପିଚାଇ

sundar

ନୂଆଦିଲ୍ଲୀ: ବିଶ୍ୱର ପ୍ରଶିଦ୍ଦ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ସିଇଓ ହୋଇଛନ୍ତି । ଗୁଗୁଲର କୋ-ଫାଉଣ୍ଡର୍ସ ଲୈରି ପେଜ ଓ ସର୍ଗି ବ୍ରେନଙ୍କ ଇସ୍ଥଫା ପରେ ପିଚାଇଙ୍କୁ ଏହି ପଦ ମିଳିଛି ।

ଗୁଗୁଲ ପ୍ରତିଷ୍ଠା କରିବାର ୨୧ ବର୍ଷ ପରେ ଲୈରି ପେଜ ଓ ସର୍ଗି ବ୍ରେନ ଏହି ଦୁଇ ମାଲିକ ଗୁଗୁଲର ନିୟନ୍ତ୍ରକ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଏବେ ଆଲଫାବେଟ କମ୍ପାନୀର ଦାୟିତ୍ୱ ସମ୍ଭାଳିବେ ଗୁଗୁଲର ସିଇଓ ସୁନ୍ଦର ପିଚାଇ। ଉଭୟ ଗୁଗୁଲ ଏବଂ ଆଲଫାବେଟର ନେତୃତ୍ୱ ନେବେ ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟ। ଆଲଫାବେଟ ସହ କାମ କରିବା ପାଇଁ ଅଧିକ ଉତ୍ସାହିତ ରହିଛନ୍ତି ବୋଲି ମଧ୍ୟ ଜବାବରେ ସୁନ୍ଦର ପିଚାଇ କହିଛନ୍ତି।

ଲୈରି ପେଜ ଏବଂ ସର୍ଗି  ବ୍ରେନ୍ କଲେଜ ପଢ଼ୁଥିବା ବେଳେ ଗୁଗୁଲ ପ୍ରତିଷ୍ଠାତା କରିଥିଲେ। ୨୦୧୫ରେ ଆଲଫାବେଟ କମ୍ପାନୀ ପ୍ରତିଷ୍ଠା କରିବା ପରେ ଗୁଗୁଲକୁ ଏହା ଅଧୀନକୁ ଆଣିଥିଲେ। ସେତେବେଳେ ପିଚାଇ ମଧ୍ୟ ଆଲଫାବେଟର ବୋର୍ଡ ସଦସ୍ୟ ଥିଲେ। କମ୍ପାନୀର କର୍ମଚାରୀ, ଗ୍ରାହକ, ବୈଷୟିକ ଜ୍ଞାନ ପ୍ରତି ପିଚାଇ ଯଥେଷ୍ଟ ଯତ୍ନବାନ ବୋଲି ଲୈରି ପେଜ ଏବଂ ସର୍ଗି ବ୍ରିନ୍ କହିଛନ୍ତି। ଆଲଫାବେଟ ଏବଂ ଗୁଗୁଲ ଚଳାଇବା ପାଇଁ ଦୁଇ ଜଣ ସିଇଓ ନିଯୁକ୍ତି ହେବାର ଆବଶ୍ୟକତା ନାହିଁ। ଏଭଳି ସ୍ଥିତିରେ  ବଳ ସୁନ୍ଦାଇ ପିଚାଇ ହିଁ ଯଥେଷ୍ଚ ବୋଲି ଲାରୀ ପେଜ ଏବଂ ସର୍ଗି ବ୍ରିନ୍‌ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top