ଦେଶ

ଆଜି ଅବସର ନେବେ ସିଜେଆଇ ରଂଜନ ଗୋଗୋଇ: ଶୁଣାଇଛନ୍ତି ଅନେକ ଐତିହାସିକ ରାୟ

ranjan

ନୂଆଦିଲ୍ଲୀ: ଆଜି ଅବସର ଗ୍ରହଣ କରୁଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ । ସୁପ୍ରିମ୍‌ କୋର୍ଟରେ ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ପାଖାପାଖି ସାଢେ 13 ମାସ ରହିଥିଲା । ଏହି ସମୟରେ ସେ 47ଟି ରାୟ ପ୍ରକାଶ କରିଛନ୍ତି । ସେଥିମଧ୍ୟରୁ ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ତିନିତଲାକ୍, ଆଧାର ମାମଲା, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ, ଅଯୋଧ୍ୟା ବାବ୍ରୀ ମସଜିଦ୍ ବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣୀ କରି ଚର୍ଚ୍ଚା ପରିସରକୁ ଆସଥିଲେ । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ସେ ପଦଭାର ସଂଭାଳିଥିଲେ । ରଞ୍ଜନ ଗୋଗୋଇ 3 ଅକ୍ଟୋବର 2018ରେ ଭାରତର  ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ପାଇଥିଲେ ।

ଗୋଗୋଇ 18 ନଭେମ୍ବରରେ 65 ବର୍ଷରେ ପଦାର୍ପଣ କରିବେ,  ସମ୍ବିଧାନରେ ଚିଫ୍‌ ଜଷ୍ଟିଷଙ୍କ ଅବସର ହେବାର ସମୟସୀମା 65 ବର୍ଷ ତେଣୁ ଆଜି ଏହି ପ୍ରଧାନ ବିଚାରପତି ପଦରୁ ସେ ଅବସର ଗ୍ରହଣ କରିବେ । ଏହା ସହିତ ଦେଶର ନୂଆପ୍ରଧାନ ବିଚାରପତି ଭାବେ ପଦଭାର ଗ୍ରହଣ କରିବେ ଜଷ୍ଟିସ୍ ଅରବିନ୍ଦ ଶରଦ ବୋବଡେ । ରାଷ୍ଟ୍ରପତି ତାଙ୍କୁ ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ଦେବେ ।

ଆଜି ରବିବାର ଛୁଟି ଦିନ ଥିବାରୁ ଆସନ୍ତାକାଲି ଜଷ୍ଟିସ୍ ବୋବଡେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତେବେ ଅବସର ଗ୍ରହଣ କରିବା ପରେ ଗୋଗଇଙ୍କୁ ମିଳିବ ଜେଡ୍ ପ୍ଲସ ସୁରକ୍ଷା। ଆସାମରେ ଗୋଗୋଇଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ। ଆସାମର ଦିବ୍ରୁଗଡ ସ୍ଥିତି ପୈତୃକ ବାସଭବନ ଓ ଗୌହାଟୀରେ ଥିବା ବାସଭବନରେ ସୁରକ୍ଷା କଡାକଡି କରିବାକୁ ଆସାମ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top