ଦେଶ

ଚିଦାମ୍ବରମ୍‌ଙ୍କୁ ଜାମିନ୍‌, ପ୍ରେସ୍‌ କନ୍‌ଫରେନ୍ସ ଓ ପବ୍ଲିକ୍‌ ମିଟିଂ କରିବା ମନା !

chidambaram

ନୂଆଦିଲ୍ଲୀ: ଚିଦାମ୍ବରମ୍‌ଙ୍କୁ ମିଳିଲା ଜାମିନ୍‌ । ଆଇଏନଏକ୍ସ ମିଡିଆ ଲାଞ୍ଚ ମାମଲାରେ ଶୁଣାଣି କରି ଆଜି ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଜାମିନ୍‌ ପ୍ରଦାନରେ ସୁପ୍ରିମ୍‌ କୋର୍ଟ ଅନେକ ସର୍ତ୍ତ ମଧ୍ୟ ରଖିଛନ୍ତି । 2ଲକ୍ଷ ଟଙ୍କାର ଦୁଇଟି ବେଲ୍‌ ବଣ୍ଡ ଡିପୋଜିଟ୍‌ କରିବା ସହ ଦୁଇଟି ଜାମିନଦାର ବଦଳରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ ।

ତେବେ ଘଟଣାରେ ସମ୍ପୃକ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ ନକରିବାକୁ ଚିଦାମ୍ବରମ୍‌ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ଖାଲି ସେତିକି ନୁହେଁ ଚିଦାମ୍ବରମ୍‌ ଜେଲ୍‌ରୁ ବାହାରିବା ପରେ କୌଣସି ପ୍ରେସ୍‌କନ୍‌ଫରେନ୍ସ କିମ୍ବା ପବ୍ଲିକ୍‌ ମିଟିଂ କରିପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ସେହିଭଳି କୋର୍ଟଙ୍କ ବିନା ପରିମିଶନରେ ଚିଦାମ୍ବରମ୍‌ ଦେଶ ବାହାରକୁ ମଧ୍ୟ ଯାଇପାରିବେ ନାହିଁ । 106ଦିନ ଜେଲ୍‌ରେ ରହିବା ପରେ ତାଙ୍କୁ ସୁପ୍ରିମ୍‌କୋର୍ଟ ଆଜି ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । ଏଠି କହି ରଖୁଛୁଯେ, ସିବିଆଇ ତାଙ୍କୁ ଆଇଏନଏକ୍ସ ମିଡିଆ ଭ୍ରଷ୍ଟାଚାର  ମାମଲାରେ 21 ଅଗଷ୍ଟରେ ଗିରଫ କରିଥିଲା ।  ପରେ ଇଡି ତାଙ୍କୁ 16 ଅକ୍ଟୋବରରେ  ଗିରଫ କରି ଜେରା ଆରମ୍ଭ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top