ଦେଶ

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରାର ଶୁଣାଣି

ଭୁବନେଶ୍ୱର:  ଆଜି ସୁପ୍ରିମକୋର୍ଟରେ ରଥଯାତ୍ରାର ଶୁଣାଣି । ଦିନ 11ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି । ରଥଯାତ୍ରା ପୁର୍ନବିଚାର ନେଇ ସୁପ୍ରିମକୋର୍ଟରେ 16 ପିଟିସନ ଦାୟର ହୋଇଛି । ତେବେ ଏହା କୋର୍ଟରେ ଗ୍ରହଣୀୟ ହେବ କି ନାହିଁ ସେନେଇ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି । ଭିସି ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-3ରେ ଶୁଣାଣି ହେବ । ଏହାପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ମୂଳ ମାମଲାରେ ପକ୍ଷଭୁକ୍ତ ପାଇଁ ପୂର୍ବରୁ କରାଯାଇଥିବା ଆବେଦନଗୁଡ଼ିକର ଶୁଣାଣି ହୋଇନଥିଲା। ତେଣୁ ଆସନ୍ତାକାଲିର ଶୁଣାଣିରେ ଆବେଦନଗୁଡ଼ିକ ଶୁଣାଣି ପାଇଁ ଗ୍ରହଣଯୋଗ୍ୟ କି ନୁହେଁ ତାହା ସ୍ପଷ୍ଟ ହେବ। ପୂର୍ବରୁ ଏହି ମାମଲା‌ର ଶୁଣାଣି ଗତ ୧୮ ତାରଖରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିଥିଲେ। ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଆଦେଶ ଦେଇଥିଲେ। ହେଲେ ଆଜି ଏହି ମାମଲାକୁ ଭେକେସନ୍‌ ବେଞ୍ଚ ଅର୍ଥାତ ଜଣିକିଆ ବେଞ୍ଚରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବା ସମସ୍ତଙ୍କୁ ବିସ୍ମିତ କରିଛି। ଜଣିକିଆ ବେଞ୍ଚରେ ମୂଳ ମାମଲାରେ ପକ୍ଷଭୁକ୍ତ ପାଇଁ କରାଯାଇଥିବା ଆବେଦନଗୁଡ଼ିକର ଶୁଣାଣି ହେବ, କିନ୍ତୁ ଆଦେଶ ମୋଡିଫିକେସନ୍‌ ପିଟିସନ୍‌ର ଶୁଣାଣି କରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ରୂପେ ଜଣାପଡ଼ି ନାହିଁ।

ଆଇନ ବିଶେଷଜ୍ଞମାନଙ୍କ କହିବା କଥା ହେଲା, ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠଙ୍କ ଦ୍ବାରା ଗତ ୧୮ ତାରିଖରେ ଦିଆଯାଇଥିବା ଆଦେଶକୁ ଜଣିକିଆ ବେଞ୍ଚ ହସ୍ତକ୍ଷେପ କରିନପାରନ୍ତି। ଯଦି ଆସନ୍ତାକାଲି ଜଣିକିଆ ଖଣ୍ଡପୀଠ ପକ୍ଷଭୁକ୍ତ ଆବେଦନକୁ ଗ୍ରହଣ କରନ୍ତି; ତାହାହେଲେ ପୂର୍ବର ଆଦେଶକୁ ପରିବର୍ତ୍ତନ ବା ମୋଡିଫିକେସନ ପ୍ରସଙ୍ଗରେ ମାମଲାକୁ ଜଣିକିଆ ବେଞ୍ଚ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେବାର ସମ୍ଭାବନା ଅଧିକ। ସବୁ କିଛି ଆସନ୍ତାକାଲି ପକ୍ଷଭୁକ୍ତ ଆବେଦନର ଗ୍ରହଣୀୟତା ଉପରେ ନିର୍ଭର କରୁଛି।

ପୁଣି ଯଦି ପକ୍ଷଭୁକ୍ତ ଆବେଦନ ଗ୍ରହଣ ହୁଏ ଏବଂ ଜଣିକିଆ ବେଞ୍ଚ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦିଅନ୍ତି, ଏମିତିରେ ତ୍ବରିତ ଶୁଣାଣି ପାଇଁ ପୁଣି ଥରେ କୋର୍ଟଙ୍କ ରେଜିଷ୍ଟାରଙ୍କ ନିକଟରେ ଆବେଦନ କରାଯାଇପାରିବ। ଆବଶ୍ୟକ ହେଲେ ମାମଲାକୁ ମଧ୍ୟରାତ୍ରିରେ ମଧ୍ୟ ଶୁଣାଣି କରାଯାଇପାରିବ। ସବୁକିଛି ଜଣିକିଆ ବେଞ୍ଚର ବିଚାରପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ରଥଯାତ୍ରା ମାତ୍ର ଗୋଟିଏ ଦିନ ରହିଥିବାରୁ ଶୁଣାଣି ଅତ୍ୟନ୍ତ ନିର୍ଣ୍ଣାୟକ ହେବ। ଅପରପକ୍ଷେ ଆଜି ମଧ୍ୟ ଏକାଧିକ ବିଭିନ୍ନ ବ୍ୟକ୍ତିମାନଙ୍କ ଦ୍ବାରା ମୋଡିଫିକେସନ ପିଟିସନ୍‌ ଦାଖଲ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top