ଦେଶ

ଆସିଲା ମହାରାଷ୍ଟ୍ର ‘ମହା’ ରାୟ, ‘ବୁଧବାର ସନ୍ଧ୍ୟା ସୁଦ୍ଧା ସରିବ ଫ୍ଲୋର ଟେଷ୍ଟ’

supreme court

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକର ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟ ଏନେଇ ରାୟ ପ୍ରକାଶ କରିଛନ୍ତି । ଦେବେନ୍ଦ୍ର ଫଡ଼ନାବିସ୍‌ ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ଝଟକା । ଆଗାମୀ 30 ଘଣ୍ଟାରେ ସାବ୍ୟସ୍ତ କରିବେ ବହୁମତ । ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା 5ଟା ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ପଡ଼ନାବିସ୍‌ ।

ବିଧାୟକ ମାନଙ୍କ ଶପଥ ଗ୍ରହଣ କରାଇବେ ପ୍ରୋଟେମ ସ୍ପିକର । ବହୁମତ ସାବ୍ୟସ୍ତ ଦୃଶ୍ୟ ଲାଇଭ୍‌ ହେବ । ଏହାସହ 27 ନଭେମ୍ବର ସନ୍ଧ୍ୟା 5 ସୁଦ୍ଧା ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଶେଷ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ । ତେବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ଟ୍ୱିଟର ମାଧ୍ୟମରେ ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି ।

ମହାରାଷ୍ଟ୍ରରେ ମହାଡ୍ରାମା ଚାଲିଥିଲା । ଏପରିକି ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଥିବା ବେଳେ ସକାଳେ ଶପଥ ନେଲେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ । ତେବେ ଏଥିରେ ଉଦ୍ଧବ ଠାକରେ ଦୁଇ ପାଦ ଆଗକୁ ଯାଇ ଏନସିପି ଏବଂ କଂଗ୍ରେସ ସହ ହାତ ମିଳାଇଲେ ।

ଏହାସହ ହୋଟେଲ ଗ୍ରାଣ୍ଡ ହାୟତରେ ମୋଟ 162 ବିଧାୟକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ ଉଦ୍ଧବ । କେବଳ ସେତିକି ନୁହେଁ ଏହି 162 ବିଧାୟକ ମିଡିଆ ସାମ୍ନାରେ ଶପଥ ମଧ୍ୟ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ସେ ଯାହା ହେଉ ନା କାହିଁକି ବିଜେପି ପାଖରେ ଏବେ ବଡ଼ ଚ୍ୟାଲେଞ୍ଚ ବହୁମତ ସାବ୍ୟସ୍ତ କରିବା । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମହାରାଷ୍ଟ୍ର କାହାକୁ ପାଇବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top