ଦେଶ

ହାଇଦ୍ରାବାଦ ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ହେବ: ସୁପ୍ରିମକୋର୍ଟ

sc

ନୂଆଦିଲ୍ଲୀ: ହାଇଦ୍ରାବାଦରେ  ମହିଳା ଡାକ୍ତରଙ୍କୁ  ଗଣଦୁଷ୍କର୍ମ ଓ ପରେ ଜିଅନ୍ତା ଜାଳି ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଥିଲା । ଚଳିତ ମାସ 6 ତାରିଖରେ ହୋଇଥିବା 4 ଅଭିଯୁକ୍ତ ଏନକାଉଣ୍ଟର ଘଟଣାର ଏବେ ତଦନ୍ତ କରିବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଜଣେ  ଅବସରପ୍ରାପ୍ତ  ବିଚାରପତି ଏହାର ତଦନ୍ତ କରିବେ । ଏହି ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟ ।

ତଦନ୍ତ ପାଇଁ କେଉଁ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବ ତାଙ୍କର ନାମ ସୁପାରିଶ କରିବା ପାଇଁ ବିଭିନ୍ନ ପକ୍ଷଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏସ  ବୋବଡେଙ୍କ  ଅଧ୍ୟକ୍ଷତାରେ  ଗଠିତ ଏକ ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତ  ଏହି ତଦନ୍ତର  ତତ୍ତ୍ୱାବଧାନ କରିବ । ଏହି ମାମଲାର  ପରବର୍ତ୍ତି ଶୁଣାଣି  ଆଜି ଅର୍ଥାତ ଗୁରୁବାର ଦିନ ହେବ ।

ଓକିଲ ଜି ଏସ ମଣିଙ୍କ ଦ୍ୱାରା  ଦାୟର କରାଯାଇଥିବା  ଏହି ଆବେଦନରେ  ଦର୍ଶାଯାଇଥିଲା  ହାଇଦ୍ରାବାଦ ପୋଲିସ୍‌ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ । କେବଳ ନିଜ ଦୋଷ  ଘୋଡାଇବା ପାଇଁ ଏବଂ ଏହା  ଉପରୁ  ସାଧାରଣ ଲୋକଙ୍କ ଧ୍ୟାନ ହଟାଇବାକୁ  ପୋଲିସ୍‌ ଏଭଳି ଏନକାଉଣ୍ଟର  କରିଛି ।  ଏହା ଏକ ଜୋଜନାବଦ୍ଧ ଓ ନକଲି ଏନକାଉଣ୍ଟର ଅଟେ ।   ସେ ମଧ୍ୟ ଏହି ଏନକାଉଣ୍ଟର ଘଟଣାରେ  କମିଶନର ଭିସି ସଜ୍ଜନାରଙ୍କ ଭୁମିକାର ଯାଞ୍ଚ ସିବିଆଇ କିମ୍ବା ଏସଆଇଟି  ଦ୍ୱାରା କରାଇବାକୁ ଦାବି କରିଛନ୍ତି ।

ଅନ୍ୟପଟରେ ହାଇଦ୍ରାବାଦ ପୋଳିସ୍‌  କମିଶନର  ସଜ୍ଜନାର ମଙ୍ଗବାର ଦିନ  ଏହି ଗଘଟଣାର ଯାଞ୍ଚ କରୁଥିବା ସାତ ଜଣିଆ ଏନଏଚଆରସି (ରାଷ୍ଟ୍ରୀୟ ମାନବାଧିକାର ଆୟୋଗ) ଦଳ  ଆଗରେ ହାଜର ହୋଇଥିଲେ । ଏବଂ ଏନକାଉଣ୍ଟର ସମ୍ପର୍କରେ ପୋଲିସ୍‌ର ପକ୍ଷ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top