ଦେଶ

ଆସନ୍ତାକାଲି ଆସିବ ଅଯୋଧ୍ୟା ରାୟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

supreme court

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ । ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଏନେଇ ସବୁଠି ହାଇ ଆଲର୍ଟ ଜାରି ହୋଇଛି । ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଅବସର ନେବା ପୂର୍ବରୁ ସିଜେଆଇ ରଞ୍ଜନ ଗୋଗୋଇ ଦେଶର ବଡ଼ ଇସ୍ୟୁରେ ବିରାମ ଟାଣିବାକୁ ଯାଉଛନ୍ତି । ଦୀର୍ଘ ବର୍ଷର ବିବାଦ ଏବେ ଥମିବାକୁ ଯାଉଛି । ତେବେ ପୂର୍ବରୁ ମାରାଥନ ବିଚାର ସହ ଶୁଣାଣି ହୋଇଥିଲା । କିନ୍ତୁ ରାୟ ପ୍ରକାଶ ପାଇବା ଦିନ ଏହାକୁ ସଂରକ୍ଷିତ ରଖିଥିଲେ ସିଜେଆଇ । ତେବେ ତାହା ଆସନ୍ତାକାଲି ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ସେପଟେ ଦଙ୍ଗାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶରେ ଅପ୍ରୀତିକର ପରିସ୍ଥିତି ଭିଆଉଥିବା ୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ୧,୬୫୯ ଜଣଙ୍କ ସୋସିଆଲ ଆକାଉଣ୍ଟ ଉପରେ ନଜର ରଖାଯାଇଛି । ଯେମିତି କୌଣସି ଅଘଟଣ ନଘଟେ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ଉତ୍ତର ପ୍ରଦେଶ ଡିଜିପି ଓପି ସିଂ କହିଛନ୍ତି । ସୁପ୍ରିମକୋର୍ଟର ରାୟ ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯବାନମାନଙ୍କ ରହଣି ପାଇଁ ସରକାରୀ ଓ ଘରୋଇ ସମସ୍ତ ସ୍କୁଲକୁ ନିଆଯାଇଥିଲା ବେଳେ, ହୋଟେଲ ଲଜ୍  ଓ ଗେଷ୍ଟହାଉସ ଗୁଡିକୁ ବୁକ୍ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top