ଦେଶ

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଡ୍ରାମା

supreme court

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଡ୍ରାମା । ମହାରାଷ୍ଟ୍ରରେ ବିଜେପି ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟ ଜରୁରୀକାଳୀନ ଭାବେ ଆଜି ଏହି ଆବେଦନର ଶୁଣାଣି କରିବାର ଅଛି । ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ । ଫଡ଼ନାଭିସଙ୍କ ପ୍ରତି ୧୪୪ ବିଧାୟକଙ୍କର ସମର୍ଥନ ରହିଥିବାର ମଧ୍ୟ କୌଣସି ପ୍ରମାଣ ନଥିବା ସେ କହିଛନ୍ତି ।

ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର । କଂଗ୍ରେସ, ଏନସିପି ଏବଂ ଶିବସେନା ଶୁକ୍ରବାର ସ୍ଥିର କରିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଏପରିକି ନିଜେ ଠାକରେ ଏଥିପାଇଁ ସହମତି ଦେଇସାରିଥିଲେ। କିନ୍ତୁ ପରେ ସବୁ ଓଲଟା ହୋଇଥିଲା । ଦେବେନ୍ଦ୍ର ଫଡ଼ନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହାପରେ କଂଗ୍ରେସ-ଶିବସେନା-ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସେମାନେ ୨୪ଘଣ୍ଟାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଛନ୍ତି । ପୂର୍ବରୁ ଦେବେନ୍ଦ୍ର ନଭେମ୍ବର ୩୦ ତାରିଖ ସୁଦ୍ଧା ଗୃହରେ ମ୍ୟାଜିକ ନମ୍ବର ପ୍ରମାଣିତ କରିବାର ଥିଲା । ଏହାପରେ ଶରଦ ଅଜିତ ପାୱାରଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦେଇଛନ୍ତି । ସେ ଜୟନ୍ତ ପାଟିଲଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ଦଳର ବିଧାୟକଙ୍କ ସହ ବୈଠକ ପରେ ଶରଦ ପାୱାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି ବୈଠକରେ ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ଉପସ୍ଥିତ ଥିବା ଏନସିପି ପକ୍ଷରୁ କୁହାଯାଇଛି । ଫ୍ଲୋର ଟେଷ୍ଟ ହେବା ପର୍ଯ୍ୟନ୍ତ ଏମାନେ ସମସ୍ତେ ମୁମ୍ବାଇର ଏକ ହୋଟେଲରେ ଡେରା ପକାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top