ଦେଶ

ଏନସିବି ରାଡାରରେ ରିୟାଙ୍କ ଡ୍ରଗ୍ସ ଷ୍ଟୋରୀର 5 ଟପ୍ ପ୍ଲେୟାର୍ସ, ପ୍ରଥମ ଟାର୍ଗେଟରେ ସାରା ଅଲ୍ଲୀ ଖାନ

ଅର୍ଗସ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ମାମଲାରେ ମୁମ୍ଵାଇର ଭାୟଖଲା ଜେଲରେ 14 ଦିନିଆ ଜୁଡିସିଆଲ କଷ୍ଟଡିରେ ଅଛନ୍ତି। ତେବେ ଜାମିନରେ ଆସିବା ପାଇଁ ରିୟା କୋର୍ଟ ସାମ୍ନାରେ କହିଛନ୍ତି ଯେ, ସେ ଡ୍ରଗ୍ସ ନିଅନ୍ତି ନାହିଁ ବରଂ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚାପ ପକାଇ ତାଙ୍କୁ ଏସବୁ କୁହାଇଛି।

ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ମାମଲାରେ ଧରା ପଡ଼ିବା ପରେ ତାଙ୍କ ସହ ଜଡ଼ିତ ମୁମ୍ଵାଇ ଫିଲ୍ମ ଇଣ୍ଡଷ୍ଟ୍ରୀର ଆଉ 25 ଜଣଙ୍କ ନାମ ନେଇଛନ୍ତି। ଏନସିବି ଏହି 25 ଜଣଙ୍କ ନାମ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତେବେ ଏନସିବି ଏହି 25 ଜଣଙ୍କ ମଧ୍ୟରୁ ପ୍ରଥମ 5 ଜଣଙ୍କ ନାମ ବାଛିଚି। ଯେଉଁମାନଙ୍କ ଉପରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂତ୍ର ମୁତାବକ, ରିୟା ଚକ୍ରବର୍ତ୍ତୀ ଯେଉଁ 25 ଜଣ ସେଲିବ୍ରିଟିଙ୍କ ନାମ ନେଇଛନ୍ତି ସେମାନଙ୍କ ମଧ୍ୟରୁ ସବୁଠୁ ବଡ଼ ଚେହେରା ହେଉଛନ୍ତି ସାରା ଅଲ୍ଲୀ ଖାନ। ସେ ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂହଙ୍କ ଝିଅ। ଏତଦ୍ ବ୍ୟତୀତ ଏହି ମାମଲାରେ ରିୟା ରାକୁଲ ପ୍ରିତ ସିଂହ, ଡିଜାଇନର ସୀମୋନ ଖମ୍ଭାଟା, ସୁଶାନ୍ତଙ୍କ ବନ୍ଧୁ ଏବଂ ରେନଡ୍ରପ ମିଡିଆ ଫାଉଣ୍ଡର ରୋହିଣୀ ଅୟର, ଏବଂ ମୁକେଶ ଛାବଡ଼ା। ରିୟାଙ୍କ ଡ୍ରଗ୍ସ ଟିମର ଏହି ପାଞ୍ଚ ପ୍ଲେୟାରଙ୍କ ଉପରେ ଏନସିବି ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top