ଦେଶ

ଅଶ୍ରୁରେ ବାଷ୍ପୀଭୂତ ହେଉଥିବା ଅତୀତ.., ସୁଶାନ୍ତଙ୍କ ଲାଷ୍ଟ ପୋଷ୍ଟ ଥିଲା ଏମିତି

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୁଶାନ୍ତଙ୍କ ଆତ୍ମହତ୍ୟା ଖବରକୁ କେହି ବିଶ୍ୱାସ କରିପାରିନାହାନ୍ତି । ତେବେ ଏବେ ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ପେଜ୍‌ର ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

10 ଦିନ ହେବ ସୁଶାନ୍ତ ସୋସିଆଲ ମିଡିଆରୁ ଦୂରରେ ଥିଲେ । କିନ୍ତୁ 3 ଜୁନର ସୁଶାନ୍ତଙ୍କ ଏକ ପୋଷ୍ଟ ସମସ୍ତଙ୍କୁ ଇମୋସନାଲ କରିପକାଇଥିଲା । ଏହି ପୋଷ୍ଟରେ ସୁଶାନ୍ତ ତାଙ୍କ ମା’ ଏବଂ ନିଜର ଏକ ଫଟୋକୁ କୋଲାଜ୍‌ କରିଥିଲେ । ଯେଉଁଥିରେ କ୍ୟାପସନ୍‌ ଦେଇ ଲେଖିଥିଲେ, ‘ଅଶ୍ରୁରେ ବାଷ୍ପୀଭୂତ ହେଉଥିବା ଅତୀତ, ଅବିସ୍ମରଣୀୟ ସ୍ୱପ୍ନଗୁଡ଼ିକ ହସଖୁସିରେ ଖୋଦିତ  । ଏବଂ ଏକ କ୍ଷଣସ୍ଥାୟୀ ଜୀବନ । ଉଭୟଙ୍କ ମଧ୍ୟରେ ବୁଝାମଣା… ।’

ବିହାରର ପୂର୍ଣ୍ଣିମା ନିବାସୀ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ‘କିସ୍‌ ଦେଶ ମେ ହୈ ମେରା ଦିଲ୍‌’ ନାମକ ଏକ ଡେଲି ସୋରେ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକତା କାପୁରଙ୍କ ସିରିୟଲ ‘ପବିତ୍ର ରିସ୍ତା’ ସୁଶାନ୍ତଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା । ତାପରଠୁ ସେ କେବେ ପଛକୁ ଚାହିଁ ନଥିଲେ । ତାପରେ ‘କାଇ ପୋ ଛେ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ସୁଶାନ୍ତ ।  

Click to comment

Leave a Reply

Your email address will not be published. Required fields are marked *

Most Popular

To Top