ଅପରାଧ

ସୁଶାନ୍ତ ସିଂଙ୍କ ଶବ ବ୍ୟବଚ୍ଛେଦର ଯାଞ୍ଚ ରିପୋର୍ଟ ଦେବ ଏମ୍ସ, 2 ଦିନ ପରେ ଖୋଲିପାରେ ଅନେକ ରହସ୍ୟ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଜାରି ରହିଛି। ମାମଲାର ପ୍ରତ୍ୟେକ ଦିଗକୁ ଅତି ଗଭୀର ଭାବେ ଅନୁସନ୍ଧାନ କରୁଛି ସିବିଆଇ। ନିକଟରେ ସିବିଆଇର ଏକ ଟିମ୍ AIIMS ଗସ୍ତ କରିଥିବା ବେଳେ ସୁଶାନ୍ତଙ୍କ ସମସ୍ତ ଡାକ୍ତରୀ ରିପୋର୍ଟ ପୁଣି ଯାଞ୍ଚ କରାଯିବ ବୋଲି ଜଣାପଡିଥିଲା।

ସୁଶାନ୍ତଙ୍କ ସାଇକୋଲୋଜିକାଲ୍ ଟେଷ୍ଟ ଶବ ବ୍ୟବଚ୍ଛେଦ ଟେଷ୍ଟ ରିପୋର୍ଟ ର ପୁନଃ ଯାଞ୍ଚ କରାଯାଉଛି। AIIMS ଡାକ୍ତରଙ୍କ ଦ୍ୱାରା ହେଉଥିବା ଯାଞ୍ଚ ର ରିପୋର୍ଟ ଶୁକ୍ରବାର ଦିନ ସିବିଆଇକୁ ହସ୍ତାନ୍ତର ହୋଇପାରେ। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ଏବଂ ସାଇକୋଲଜିକାଲ ରିପୋର୍ଟ ଅଧ୍ୟୟନ ପାଇଁ ଚାରିଜଣ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇଛି। ଏହି ଡାକ୍ତରମାନେ ପୁନର୍ବାର ଗମ୍ଭୀରତାର ସହିତ ଯାଞ୍ଚ କରୁଛନ୍ତି।

ସୋମବାର ଦିନ କୁପର ହସ୍ପିଟାଲର ଡାକ୍ତରମାନେ ସିବିଆଇରେ କିଛି ନୂତନ ତଥ୍ୟ ଦାଖଲ କରିଛନ୍ତି। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ଏବଂ ବାକି ଚିକିତ୍ସା ରିପୋର୍ଟ କପୁର୍ ହସ୍ପିଟାଲରେ କରାଯାଇଥିଲା।

ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଉପରେ ଆମର ଭରସା ଅଛି ବୋଲି ସୁଶାନ୍ତ ଙ୍କ ଓକିଲ ଏବଂ ତାଙ୍କ ପରିବାର ବର୍ଗ କହିଛନ୍ତି। ଏହି ମାମଲାରେ ସୁଶାନ୍ତଙ୍କ କିଛି ନିକଟ ସମ୍ପର୍କୀୟଙ୍କୁ ସିବିଆଇ ପ୍ରଶ୍ନ କରିଛି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ସିଦ୍ଧାର୍ଥ ପିଠାନୀଙ୍କ ଉପରେ ସୁଶାନ୍ତଙ୍କ ପରିବାର ସନ୍ଦେହ କରିଥିବାରୁ। ପିଠାନୀଙ୍କୁ ଏଜେନ୍ସି ପଚରାଉଚରା କରିଥିବାବେଳେ ରିୟଙ୍କୁ କୌଣସି ସମୟରେ ଜେରା ହୋଇପାରେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top