ଅପରାଧ

ଏନସିବି ଲକଅପ୍ ରେ କଟିଲା ରିୟାଙ୍କ ରାତି

ନୂଆଦିଲ୍ଲୀ: ରିୟା ଚକ୍ରବର୍ତ୍ତୀଙ୍କୁ ଗତକାଲି ରାତିରେ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ନେଇଛି NCB। ରିୟା ଚକ୍ରବର୍ତ୍ତୀ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବେ  । ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ପରେ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। ତାଙ୍କ ଜାମିନ ଗତକାଲି ଖାରଜ ହେବାପରେ ସେ ଜେଲ ରେ ରହିବେ। ଗିରଫ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ରାତିରେ ଏନସିବି ଲକ୍ଅପ୍ ରଖିଥିଲା। ମହାରାଷ୍ଟ୍ର ଜେଲ ମାନୁଆଲ ଅନୁଯାୟୀ କଏଦୀଙ୍କୁ ରାତିରେ ଜେଲକୁ ନିଆଯାଏ ନାହିଁ। ଆଜି ସକାଳ 10 ଟା ପରେ ରିୟାଙ୍କୁ ବାଇକୁଲ୍ଲା (Byculla ) ଜେଲକୁ ସ୍ଥାନାନ୍ତର କରାଯାଇପାରେ।

ଯେପରି ରାତିରେ କଏଦୀଙ୍କୁ ମୁକ୍ତ କରାଯାଏ ନାହିଁ, ସେହିପରି ତାଙ୍କୁ ଜେଲକୁ ସ୍ଥାନାନ୍ତର ମଧ୍ୟ କରାଯାଏ ନାହିଁ। ଏହା ପୂର୍ବରୁ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଶୁଣାଣିରେ ଏନସିବି 14 ଦିନିଆ ନ୍ୟାୟିକ ହେପାଜତ ମାଗିଥିଲା, ଯାହା କୋର୍ଟ ଗ୍ରହଣ କରିଥିଲେ। ରିମାଣ୍ଡ କପିରେ ଏନସିବି ଲେଖିଛି ଯେ ସମସ୍ତଙ୍କ ସହ ମୁହାଁମୁହିଁ ପଚରାଉଚରା ପରେ ରିୟାଙ୍କୁ ଗିରଫ କରାଯାଇଛି। ଅର୍ଥାତ୍ ରିୟାଙ୍କ ଗିରଫ ଡ୍ରଗ୍ସ ବ୍ୟବସ୍ଥା କରିବା ଏବଂ ସୁଶାନ୍ତଙ୍କ ପାଇଁ ଟଙ୍କା ଦେବା ମାମଲାରେ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top