ଦେଶ

ବହୁ ବଲିଉଡ ଅଭିନେତ୍ରୀଙ୍କ ଲକି ଚାର୍ମ ଥିଲେ ସୁଶାନ୍ତ…

ମୁମ୍ବାଇ:  ସୁଶାନ୍ତ ସିଂ ରାଜପୁତ ଗତ ଆଠ ବର୍ଷ ମଧ୍ୟରେ ପ୍ରାୟ 10 ଟି ଚଳଚ୍ଚିତ୍ରରେ କାମ କରିଛନ୍ତି । ବିଶେଷ କଥା ହେଉଛି, ସେ ତାଙ୍କ କ୍ୟାରିୟରରେ ଅନେକ ହିରୋଇନଙ୍କ ସହ କାମ କରିଛନ୍ତି । ଆଜି ସେହି ସମସ୍ତ ଅଭିନେତ୍ରୀମାନେ ନିଜର ନା କମେଇବା ସହ ଚଳଚ୍ଚିତ୍ରରେ ଅନେକ ସଫଳତା ହାସଲ କରୁଛନ୍ତି । ସେ ତାଙ୍କ ଚଳଚ୍ଚିତ୍ରର ଅନେକ ଅଭିନେତ୍ରୀଙ୍କ ପାଇଁ ଭାଗ୍ୟବାନ ଥିଲେ । ଏ ହେଉଛନ୍ତ ସେହି  ଅଭିନେତ୍ରୀମାନେ ଯେଉଁମାନେ କି ସୁଶାନ୍ତଙ୍କ ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏବେ ସଫଳତାର ସିଡ଼ିରେ ଚଢିଥିଲେ ।

ଦିଶା ପାଟନୀ – ଧୋନି ଦ ଅନଟୋଲ୍ଡ ଷ୍ଟୋରୀ ଫିଲ୍ମରେ ମାଧ୍ୟମରେ ଦିଶା ବଲିଉଡରେ ଡେବ୍ୟୁ କରିଥିଲେ। ଦିଶାଙ୍କ ଚଳଚ୍ଚିତ୍ର ଯାତ୍ରା ସୁଶାନ୍ତଙ୍କ ଫିଲ୍ମରେ ତାଙ୍କର ଛୋଟ ଭୂମିକା ସହିତ ଆରମ୍ଭ ହୋଇଥିଲା ଏବଂ ଆଜି ଦିଶା ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ।

କିଆରା ଆଡଭାନି- କିଆରା ଆଡଭାନୀ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ ଚଳଚ୍ଚିତ୍ରରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କୁ ଧୋନିଙ୍କ ପତ୍ନୀ ସାକ୍ସି ଭୂମିକାରେ ନଜର ଆସିଥିଲେ । ଆଜି କିଆରା ଜଣେ ବେଶ ଜଣାଶୁଣା ଅଭିନେତ୍ରୀ ।

କ୍ରିତି ସାନନ୍- କ୍ରିତି ଟାଇଗର ଶ୍ରଫଙ୍କ ସହ ଡେବ୍ୟୁ କରିଥିଲେ, କିନ୍ତୁ ସୁଶାନ୍ତଙ୍କ ସହ ତାଙ୍କ ଚଳଚ୍ଚିତ୍ର ରାବତା ତାଙ୍କୁ ଲାଇମଲାଇଟରେ ରଖିଥିଲା । ଏହି ଚଳଚ୍ଚିତ୍ର ପରେ ସେ ବରେଲି କି ବର୍ଫି ପାଇଲେ ଏବଂ ସେ ଏକ ଭିନ୍ନ ଲିଗରେ ଅଭିନେତ୍ରୀ ହେଲେ ।

ସାରା ଅଲ୍ଲି ଖାନ୍ନ – ଯେତେବେଳେ ସୈଫ୍ ଅଲ୍ଲି ଖାନ୍ ଏବଂ ଅମୃତା ସିଂଙ୍କ ଝିଅ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ସାଇନ୍‌ କରିଥିଲେ ସେତେବେଳେ ସେ ସୁଶାନ୍ତଙ୍କ ସହ ଥିଲେ। ଏହି ଚଳଚ୍ଚିତ୍ରଟି କେଦାରନାଥ ଥିଲା ଏବଂ ଅଭିଷେକ କପୁରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଚଳଚ୍ଚିତ୍ରଟି ସଫଳ ହୋଇନଥିଲା କିନ୍ତୁ ସାରା ଅଲିଙ୍କ କ୍ୟାରିଅର୍ ଆଗକୁ ବଢିଥିଲା  । ଫିଲ୍ମରେ ସୁଶାନ୍ତଙ୍କ ଅଭିନୟ ବହୁତ ଭଲ ଥିଲା କିନ୍ତୁ ଦର୍ଶକଙ୍କ ପାଖରେ ଫିଲ୍ମ ପହଞ୍ଚିପାରିନଥିଲା ।

ଭାନି କପୁର- ଭାନି କପୁର ସୁଶାନ୍ତଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଶୁଦ୍ଧ ଦେଶୀ ରୋମାନ୍ସରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ପାରିନୀତି ଚୋପ୍ରାଙ୍କ ସହ ସୁଶାନ୍ତ ହିରୋ ଥିଲେ । ଏହି ଚଳଚ୍ଚିତ୍ରଟି ପରେ ସେ ବେଫିକ୍ରେ ଏବଂ ୱାର୍ ଭଳି ବଡ ବଜେଟ୍ ଚଳଚ୍ଚିତ୍ରରେ କାମ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top