ଅପରାଧ

ସୁଶାନ୍ତ ମାମଲା: ମୁମ୍ବାଇ-ଗୋଆରେ ଏନସିବିର ଚଢାଉ, 7 ଡ୍ରଗ୍ସ ବେପାରୀ ଆରେଷ୍ଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲ  ଅନୁଧ୍ୟାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମ୍ ଶନିବାର ମୁମ୍ବାଇ ଏବଂ ଗୋଆରେ ଚଢାଉ କରିଛି। କାଇଜାନର ସ୍ପଟ୍ ଲାଇଟ୍ରେ ଗିରଫ ହୋଇଥିବା ଅନୁଜ କେଶୱାନୀଙ୍କ ପଚରାଉଚରା ବେଳେ କରାଯାଇଥିବା ତଥ୍ୟ ଆଧାରରେ କରାଯାଇଥିବା ଏହି ରେଡ୍‌ ରେ  ଏନସିବି ଏକ ବଡ଼ ସଫଳତା ହାସଲ କରିଛି ।

ଏନସିବି ଟିମ୍ ମୁମ୍ବାଇ ଏବଂ ଗୋଆର ଡ୍ରଗ୍ସ ବେପାରୀଙ୍କ ଅନେକ ସ୍ଥାନରେ ଚଢାଉ କରି ବହୁ ପରିମାଣର ଡ୍ରଗ୍ସ ଜବତ କରିଛି। ଏଥିସହ 7 ଜଣ ନିଶା ବ୍ୟବସାୟୀଙ୍କୁ ଏନସିବି ଗିରଫ କରିଛି। ଗିରଫ ଡ୍ରଗ୍ସ ବେପାରୀଙ୍କ ମଧ୍ୟରେ କରମଜିତ୍ ଛଦ୍ମନାମ କେଜେ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ମୁମ୍ବାଇର ବଡ ଡ୍ରଗ୍ସ ବିକ୍ରେତାମାନଙ୍କ ମଧ୍ୟରେ କରମଜିତ୍ ଗଣନା କରାଯାଏ |

Click to comment

Leave a Reply

Your email address will not be published. Required fields are marked *

Most Popular

To Top