ଦେଶ

ନିରବତା ଭାଙ୍ଗିଲେ ସୁଶାନ୍ତଙ୍କ ବାପା, କହିଲେ ପୁଅ ଜୀବନକୁ ବିପଦ ଥିବା ନେଇ ପୋଲିସକୁ ଜଣାଇଥିଲି

sushant

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ମାମଲା ନେଉଛି ନୂଆ ମୋଡ଼ । ବିହାର ପୋଲିସ ମୁମ୍ବାଇ ପୋଲିସର ଆକ୍ରୋଶରେ ଶିକାର ହୋଇଥିବା ବେଳେ ବାରମ୍ବାର ସିବିଆଇ ତଦନ୍ତ ଦାବି ହେଉଥିବା ବେଳେ ଉଦ୍ଧବ ଠାକରେ ଏହା ସପକ୍ଷରେ ନାହାନ୍ତି । ଏହି ମାମଲାରେ ମତଭେଦ ହେଉଥିବା ବେଳେ ସୁଶାନ୍ତଙ୍କ ବାପାଙ୍କ ବୟାନ ଆସିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରି 25ରେ ସେ ନିଜେ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ । ସମୟ ଥିବା ବେଳେ ସେମାନେ କିଛି କଲେ ନାହିଁ ତେଣୁ ପୁଅର ଜୀବନ ଚାଲିଗଲା ।

40 ଦିନ ପରେ ବି ମୁମ୍ବାଇ ପୋଲିସ ହାତ ଖାଲି । ଏବେ ବିହାର ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ଏହି ମାମଲାରେ ପାଟଣା ପୋଲିସକୁ ମୁମ୍ବାଇ ପୋଲିସ ସାହାଯ୍ୟ କରିବା ଆବଶ୍ୟକ । ତେବେ ଏହି ମାମଲାରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ପଦକ୍ଷେପକୁ ସମ୍ମାନ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ସୁଶାନ୍ତଙ୍କ ବାପା କେକେ ସିଂହ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top