ଦେଶ

ସୁଶାନ୍ତ ସିଂଙ୍କ ମୃତଦେହ ଫଟୋ ଭାଇରାଲ, ମହାରାଷ୍ଟ୍ର ସାଇବର ସେଲ୍ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲା ଚେତାବନୀ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହର ଫଟୋ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୃତ ଦେହର ଫଟୋ ସୋସିଆଲ ମିଡିଆରେ ଦେଖି ଅନେକ  ଚଳଚ୍ଚିତ୍ର ତାରକାଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ମହାରାଷ୍ଟ୍ର ସାଇବର ସେଲ ମଧ୍ୟ ଏହାକୁ ବିରୋଧ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି।

ଏ ନେଇ ମହାରାଷ୍ଟ୍ର ସାଇବର ସେଲ୍ ଟ୍ୱିଟ୍ କରି ସୋସିଆଲ ମିଡିଆରେ ଏକ ଚିନ୍ତାଜନକ ଧାରା ଦେଖାଯାଉଛି ବୋଲି କହିଛନ୍ତି। ସ୍ୱର୍ଗତଃ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଚିତ୍ର ପ୍ରଚାର କରାଯାଉଛି, ଯାହା ସମାଜରେ ଲୋକଙ୍କ ମନରେ  ବିଚଳିତ ଏବଂ ଏକ ଅଶୁଭ ସଂକେତ ଦେବ।

ଅନ୍ୟ ଏକ ଟ୍ୱିଟରେ ମହାରାଷ୍ଟ୍ର ସାଇବର ଏଭଳି ଚିତ୍ର ସେୟାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସୋସିଆଲ ମିଡିଆରେ ଯେଉଁମାନେ ପୂର୍ବରୁ ଏହାକୁ ପ୍ରସାରିତ କରିଛନ୍ତି ସେ ଫଟୋ ଗୁଡିକ ହଟାଯିବା ଉଚିତ ବୋଲି ସେ କହିଛନ୍ତି।

ଗତକାଲି ତାଙ୍କ ମୃତ୍ୟୁ ପରେ ଅନେକ କଥା ଭାଇରାଲ ମଧ୍ୟ ହେଉଛି ।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେ କିପରି ମରିଗଲେ ସେ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ପ୍ରାରମ୍ଭିକ ଅନୁସନ୍ଧାନ ରିପୋର୍ଟକୁ ଭିତ୍ତି କରି କୁହାଯାଉଛି ଯେ ଅଭିନେତା ନିଜକୁ ଫାଶୀ ଦେଇଛନ୍ତି। ତେବେ ଅଭିନେତାଙ୍କ ମୃତ୍ୟୁ ନେଇ ଆନୁଷ୍ଠାନିକ ତଦନ୍ତ ଚାଲିଛି। ଆଜି ତାଙ୍କର ମୁମ୍ଵାଇରେ ଅନ୍ତିମ ସଂସ୍କାର କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top