ଦେଶ

ରିୟାଙ୍କ ଘରେ ଓକିଲଙ୍କ ଟିମ୍‌, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆସିଲା ଟ୍ୱିଷ୍ଟ

ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି । ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତିଙ୍କ ନାଁରେ ଥାନାରେ ଏତଲା ଦେବା ପରଠାରୁ ମାମଲାକୁ ନେଇ ଚର୍ଚ୍ଚା ଜୋର । ବିହାରର ପାଟଣାରେ ରିୟା ଓ ତାଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେଇଛନ୍ତି ସୁଶାନ୍ତଙ୍କ ବାପା । ଏହାସହ ନିଜର ଏତଲାରେ ରିୟାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଆକ୍ଟରଙ୍କ ବାପା । ସୁଶାନ୍ତଙ୍କ ଟଙ୍କା ହଡ଼ପ କରିବା ସହ ତାଙ୍କୁ ଆତ୍ମହତ୍ୟା କରିବାକୁ ରିୟା ପ୍ରବର୍ତ୍ତାଇ ଥିବା କଥା ମଧ୍ୟ ଏତଲାରେ ଉଲ୍ଲେଖ କରିଛନ୍ତି ଆକ୍ଟରଙ୍କ ବାପା ।

ରିୟାଙ୍କ ନାଁରେ ଏତଲା
ବହୁ ସମୟ ପରେ ସୁଶାନ୍ତଙ୍କ ବାପା କେକେ ସିଂହ ଆକ୍ଟରଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ନାଁରେ ପାଟଣାର ରାଜୀବ ନଗର ଥାନାରେ ଏତଲା ଦେଇଛନ୍ତି । ନିଜ ଏଫଆଇଆରରେ ବହୁ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି କେକେ ସିଂହ ।

ଏମିତି ରହିଛି ରିୟାଙ୍କ ନାଁରେ ଅଭିଯୋଗ
ସୁଶାନ୍ତ ସିଂହଙ୍କ ବାପା ନିଜ ରିପୋର୍ଟରେ ଆରୋପ ଲଗାଇଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଖରୁ 15 କୋଟି ଟଙ୍କା ହଡ଼ପ କରିଛନ୍ତି । ସୁଶାନ୍ତଙ୍କୁ ରିୟା ଧମକ ଦେଇଥିବା ବି ରହିଛି ଉଲ୍ଲେଖ । କିନ୍ତୁ ପୋଲିସ ରିୟାଙ୍କ ପାଖରୁ ଏଯାଁଏ ସେମିତି କିଛି ସୁରାକ ପାଇନାହିଁ ।

ସୁଶାନ୍ତଙ୍କ ଘରୁ ରିୟା ଲୁଟିଛନ୍ତି ?
କେକେ ସିଂହଙ୍କ ଅଭିଯୋଗ ଅନୁସାରେ, ରିୟା ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଘରୁ ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ଲାପଟପ୍‌, କ୍ରେଡିଟ୍‌ କାର୍ଡ, ପାସୱାର୍ଡ ଆଦି ଚୋରି କରିଛନ୍ତି । କୁହାଯାଉଛି ସୁଶାନ୍ତଙ୍କ ଆକାଉଣ୍ଟରେ 17 କୋଟି ଟଙ୍କା ଥିଲା ।

ଏବେ ବିହାର ପୋଲିସ ବି କରିବ ଯାଞ୍ଚ
କେକେ ସିଂହଙ୍କ ଏତଲା ପରେ ଏବେ ବିହାର ପୋଲିସ ଗଠନ କରିଛି ଟିମ୍‌ । ଏହି ଟିମ୍‌ ପ୍ରତି ଦୃଷ୍ଟିକୋଣରୁ ମାମଲାର ଯାଞ୍ଚ କରିବ । ପୁଣିଥରେ ସମ୍ଭାବ୍ୟ ବ୍ୟକ୍ତିଙ୍କୁ ପଚରାଉଚରା କରିପାରେ ପୋଲିସ । କୁହାଯାଉଛି ଯେ, ଟିମ୍‌ର କିଛି ସଦସ୍ୟ ମୁମ୍ବାଇ ପହଞ୍ଚିସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top