ଦେଶ

ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଫାଶୀ ଯୋଗୁଁ ଶ୍ୱାସରୁଦ୍ଧରେ ହୋଇଛି ମୃତ୍ୟୁ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶରୀରର ପୋଷ୍ଟମର୍ଟମ କରାଯାଇଛି। ରବିବାର ଦିନ ସୁଶାନ୍ତଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ଘରର କୋଠରୀରୁ ମିଳିଥିଲା। ଏହା ପରେ ସୁଶାନ୍ତଙ୍କ ମୃତ ଦେହ କୁ ମୁମ୍ବାଇର କପୁର୍ ହସ୍ପିଟାଲକୁ ପଠାଯାଇଥିଲା ଯେଉଁଠାରେ ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

3 ଜଣିଆ ଡାକ୍ତରଙ୍କ ଏକ ଟିମ୍ ଗତକାଲି ରାତିରେ 3 ଘଣ୍ଟାରୁ ଅଧିକ ସମୟ ଧରି ପୋଷ୍ଟମର୍ଟମ ପରିଚାଳନା କରିଥିଲେ ଏବଂ ସମଗ୍ର ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯାଇଛି। ବର୍ତ୍ତମାନ ପ୍ରାରମ୍ଭିକ ରିପୋର୍ଟ ପୋଲିସ କୁ ହସ୍ତାନ୍ତର କରାଯାଇଛି। ଏହାପରେ ଅନ୍ତିମ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ।

ପ୍ରାରମ୍ଭିକ ରିପୋର୍ଟରେ କୌଣସି ପ୍ରକାରର ବିଷ କିମ୍ବା ମୃତ୍ୟୁର ଅନ୍ୟ କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ। ତେବେ ସୁଶାନ୍ତଙ୍କ ଶରୀରକୁ ସୁରକ୍ଷିତ ରଖାଯାଇଛି, ଯାହା ଫୋରେନସିକ୍ ଯାଞ୍ଚ କରାଯିବ।

ସୂତ୍ରରୁ ପ୍ରକାଶ ଯେ ପ୍ରାରମ୍ଭରେ ଏହା ଆତ୍ମହତ୍ୟା ମାମଲା ପରି ମନେ ହେଉଛି। କିନ୍ତୁ ସୁଶାନ୍ତଙ୍କ ଭିସେରା (viscera) ଏବଂ ତାଙ୍କ ଶରୀରର ଅନ୍ୟ ଅଙ୍ଗ ଗୁଡ଼ିକୁ ସୁରକ୍ଷିତ ରଖାଯାଇଛି, ଯାହାକୁ ଅଧିକ ଫୋରେନସିକ୍ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲକୁ ପଠାଯିବ | ଅନ୍ୟପକ୍ଷରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ସୁଶାନ୍ତ ସିଂ ରାଜପୁତ ବଲିଉଡର ଜଣେ ଉଜ୍ଜ୍ୱଳ ତାରକା ଥିଲେ। ତାଙ୍କର ହଠାତ୍ ବିଦାୟ ନେଇ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ଚକିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସୁଶାନ୍ତ ଙ୍କ ପରିବାର ମୁମ୍ବାଇ ପଂହଁଚି ସାରିଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top