ମନୋରଞ୍ଜନ

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା, ମହେଶ ଭଟ୍ଟ ଓ କରଣ ଜୋହରଙ୍କ ମ୍ୟାନେଜରଙ୍କୁ ଜେରା କରିବ ପୋଲିସ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ 1 ମାସରୁ ଉର୍ଦ୍ଧ୍ୱ ବିତିଲାଣି । କିନ୍ତୁ ଏବେ ମୁମ୍ବାଇ ପୋଲିସ ତଦନ୍ତ କରୁଛି । ସୁଶାନ୍ତ ସିଂହଙ୍କ ସହ ଜଡ଼ିତ ଅନେକ ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । କିନ୍ତୁ ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା କରିବ ପୋଲିସ୍‌ । ତେବେ ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏଏନଆଇକୁ ସାକ୍ଷାତକାରରେ କହିଥିବା ଜଣାପଡ଼ିଛି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟଙ୍କ ବୟାନ ରେକର୍ଡ କରିବ ପୋଲିସ । ଏହାସହ କରଣ ଜୋହରଙ୍କ ମ୍ୟାନେଜରକୁ ମଧ୍ୟ ପୋଲିସ ପଚରାଉଚରା କରିବ । ଯଦି ଆବଶ୍ୟକ ପଡ଼େ ତେବେ କରଣ ଜୋହରଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ଅନିଲ ଦେଶମୁଖ କହିଛନ୍ତି ।

ତେବେ ଏହି ମାମଲାରେ ମହେଶ ଭଟ୍ଟଙ୍କୁ ଜେରା କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ମାଲାରେ ଉନ୍ନତି ଆସିପାରେ ବୋଲି ମଧ୍ୟ କୁହାଯାଉଛି । ତେବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡିଆରେ ମହେଶ ଭଟ୍ଟଙ୍କୁ ଜୋରଦାର ଟ୍ରୋଲ କରାଯାଇଥିଲା । ଏବେ ମହେଶ ଭଟ୍ଟଙ୍କ ଷ୍ଟେଟମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ନେପୋଟିଜିମ୍‌କୁ ନେଇ କରଣ ଜୋହର ମଧ୍ୟ ଜୋରଦାର ଟ୍ରୋଲ ହେଉଛନ୍ତି । ତେବେ ଏବେ ମିଳିଥିବା ସୂଚନା ଅନୁସାରେ କରଣଙ୍କ ମ୍ୟାନେଜର ଏବଂ ଦରକାର ପଡ଼ିଲେ ନିଜେ କରଣଙ୍କୁ ବି ପୋଲିସ ଜେରା କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top