ନ୍ୟୁଜ୍

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା, ସଲମାନ, କରଣ ଜୋହାର ଓ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ

ଅର୍ଗସ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ଘଟଣାକୁ ନେଇ ବଲିଉଡର ବହୁ ବରିଷ୍ଠ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସଲମାନ ଖାନ, କରଣ ଜୋହାର, ସଞ୍ଜୟ ଲିଲା ଭଂସାଲୀ, ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଓକିଲ ସୁଧୀର କୁମାର ଓଝା ବିହାରର ମୁଜାଫରପୁର କୋର୍ଟରେ ଆଇପିସିର ସେକ୍ସନ 306, 109, 504 ଓ 506 ଆଧାରରେ ମାମଲା ରୁଜୁ କରିଛନ୍ତି।

ଏନେଇ ଓକିଲ ସୁଧୀର କୁମାର କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କୁ 7ଟି ଫିଲ୍ମରୁ ବାଦ୍ ଦିଆଯାଇଥିଲା। ଏପରିକି ତାଙ୍କର ବହୁ ଫିଲ୍ମ ଏଯାଏଁ ରିଲିଜ୍ ହୋଇନାହିଁ। ଏହି ସବୁ ପରିସ୍ଥିତି ବୋଧହୁଏ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଛି।

ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ 14ରେ ମୁମ୍ଵାଇର ବାନ୍ଦ୍ରା ଆପାର୍ଟମେଣ୍ଟରେ  ଆତ୍ମହତ୍ୟା କରିଥିଲେ। ତେବେ ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top