ଦେଶ

ଭିନ୍ନ ମୋଡ଼ ନେଉଛି ସୁଶାନ୍ତଙ୍କ ସୁଇସାଇଡ୍‌ ମାମଲା: ଗାର୍ଲଫ୍ରେଣ୍ଡଙ୍କ ନାଁରେ ଥାନାରେ ଏତଲା, କଙ୍ଗନା କହିଲେ ଏବେ ଭଲ ଭାବେ ହେବ ଯାଞ୍ଚ

kangana

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ସୁଇସାଇଡ ମାମଲା ନେଲା ନୂଆ ମୋଡ଼ । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ନାଁରେ ଥାନାରେ ଏତଲା ଦେଲେ ଆକ୍ଟରଙ୍କ ବାପା କେକେ ସିଂହ । ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ, ରିୟା ପ୍ରବଳ ଟଙ୍କା ନେବା ସହ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିଲେ ।

ସେପଟେ ସୁଶାନ୍ତଙ୍କ ବାପା ଏତଲା ଦେବାର କିଛି ସମୟ ପରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ମିଳିଛି । ସେ ଜଣେ ସାମ୍ବାଦିକଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ନିଜର ମନ୍ତବ୍ୟ ଦେଇଛନ୍ତି ।

କଙ୍ଗନା ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ରିୟା ପୂର୍ବ 6 ମାସ ହେଲା ସୁଶାନ୍ତଙ୍କ ସହ ଥିଲେ । ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର 2 ଦିନ ପୂର୍ବରୁ ରିୟା ମନୋବିଜ୍ଞାନୀ ଭାବେ ମହେଶ ଭଟ୍ଟଙ୍କୁ ଆପଣାଇଥିଲେ । ଖୁସି ହେଉଛି  ଯେ ଏବେ ଏହି ମାମଲାର ଭଲ ଭାବେ ଯାଞ୍ଚ ହେବ ।’

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ସୁଇସାଇଡ୍‌ ଏବେବି ସସପେନ୍ସ ଘେରରେ ରହିଛି । ମାମଲାକୁ ମାସେ ବିତିସାରିଥିବା ବେଳେ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି । ଏବେସୁଦ୍ଧା 40 ଜଣଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top