ଦେଶ

ଫିଲ୍ମ ଦୁନିଆକୁ ସୁଶାନ୍ତଙ୍କ ଅଲବିଦା, ପଛରେ ଛାଡ଼ିଗଲେ ଅନେକ ଚଳଚ୍ଚିତ୍ର

ମୁମ୍ବାଇ: ଅଫେରା ରାଇଜରେ ରାଜପୁତ୍ । ମନରେ ଅନେକ ଜୋସ୍ ରଖି ବିହାରରୁ ବଲିଉଡ ଯାତ୍ରା କରିଥିଲେ ସୁଶାନ୍ତ । ଜୀବନରେ ଅନେକ ସଂଘର୍ଷ କରି ବିହାରର ପାଟନାରୁ ମୟାନଗରୀ ବମ୍ୱେରେ ପହଞ୍ଚିଥିଲେ । ଛୋଟ ପରଦାରୁ ବଡ଼ ପରଦା ଆସିବା ପାଇଁ ବହୁ ସଂଘର୍ଷ କରି ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ  । ମାତ୍ର 34 ବର୍ଷ ବୟସରେ ବଲିଉଡ୍‌ରେ ଆଗଧାଡିର ଅଭିନେତାମାନଙ୍କ ମଧ୍ୟରେ ଗଣା ହୋଇଥିଲେ ସୁଶାନ୍ତ ।  ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡ଼ର ‘ଧୋନୀ’ ବୋଲି କୁହାଯାଉଥିବା ସୁଶାନ୍ତ ଫ୍ୟାନ୍ସ ମାନଙ୍କୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମର ଭେଟି ଦେଇଥିଲେ । ସୁଶାନ୍ତଙ୍କ ବିୟୋଗ ବଲିଉଡ ପାଇଁ ଏକ ବଡ କ୍ଷତି ପାଲଟିଯାଇଛି । ସ୍ୱଳ୍ପ ସମୟ ମଧ୍ୟରେ ସୁଶାନ୍ତ ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ବିୟୋଗ ପରେ ତାଙ୍କ ଅଭିନୟର ସେହି ଯାଦୁ ବଡ଼ ପରଦାରେ ଆଉ ଦେଖାଯିବ ନାହିଁ । ତାଙ୍କର ଅନେକ କିଛି ଫିଲ୍ମ ଆଉ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଅଧା ଅଧୁରାରେ ରହିଗଲା ସୁଶାନ୍ତଙ୍କ ଅନେକ ଫିଲ୍ମ ଓ ପ୍ରୋଜେକ୍ଟ ।

ଆସନ୍ତୁ ଜାଣିବା ଏହିପରି କିଛି ଚଳଚ୍ଚିତ୍ର ବିଷୟରେ-

ରାଇଫଲମ୍ୟାନ୍- ସୁଶାନ୍ତ ସିଂ ରାଜପୁତ ରାଇଫଲମ୍ୟାନ ଫିଲ୍ମରେ କାମ କରିବାକୁ ଯାଉଥିଲେ। ସେ ଗତ ବର୍ଷ ଜାନୁଆରୀ 15 ରେ ସୋସିଆଲ ମିଡିଆରେ ଏହି ଫିଲ୍ମ ବାବଦରେ ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରଟି ଭାରତ ଏବଂ ଚୀନ୍ ମଧ୍ୟରେ 1962 ଯୁଦ୍ଧ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରରେ ମହାବୀର ଚକ୍ର ବିଜେତା ଜସୱନ୍ତ ସିଂଙ୍କ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରିଥାନ୍ତେ ।

ଏମରଜେନ୍ସି- ଆନନ୍ଦ ଗାନ୍ଧୀଙ୍କ ଫିଲ୍ମ ଏମରଜେନ୍ସିରେ ମଧ୍ୟ ସୁଶାନ୍ତ ସିଂ ରାଜପୁତ ନଜର ଆସିଥାନ୍ତେ । ଏହି ଚଳଚ୍ଚିତ୍ର ପାଇଁ ଅଭିନେତାଙ୍କୁ ଦସ୍ତଖତ କରାଯାଇଥିଲା । ହେଲେ ସୁଶାନ୍ତଙ୍କ ପୂର୍ବରୁ ଏହି ଚଳଚ୍ଚିତ୍ରରେ ଇରଫାନ ଖାନଙ୍କୁ କାଷ୍ଟ କରାଯାଇଥିଲ । କିନ୍ତୁ ଇରଫାନଙ୍କ ବିୟୋଗ ପରେ ଏହି ଚଳଚ୍ଚିତ୍ର ପାଇଁ ସୁଶାନ୍ତଙ୍କ କାଷ୍ଟ କରାଯାଥିଲା । ବର୍ତ୍ତମାନ ସୁଶାନ୍ତ ଆଉ ଆମ ଗହଣରେ ନାହାଁନ୍ତି । ଏଭଳି ପରିସ୍ଥିତିରେ ଫିଲ୍ମ ଉପରେ ସଙ୍କଟର କଳା ବାଦଲ ବୁଲୁଛି । ଏହି ଚଳଚ୍ଚିତ୍ରଟି ମଧ୍ୟ ମହାମାରୀ ଉପରେ ନିର୍ମିତ ହେଉଥିବା ଜଣାପଡିଛି ।

12 ଏପିସୋଡ୍ ସିରିଜ୍- ଅଭିନେତା ସୁଶାନ୍ତ ସିଂ ରାଜପୁତ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଭେଟି ଦେବାକୁ ଚେଷ୍ଟା କରୁଥିଲେ । ଅଭିନେତା ସର୍ବଦା ରିୟଲ୍ ଆକଟିଂ କରୁଥିଲେ । ଏଭଳି ପରିସ୍ଥିତିରେ, ଅଭିନେତା 2018 ମସିହାରେ ଇନସେ ଭେଞ୍ଚର୍ସ ସହିତ ହାତ ମିଳାଇ “12 ଏପିସୋଡ୍”ର ଏକ ସ୍ପେସାଲ ସିରିଜ କରିବାକୁ ଚାହୁଁଥିଲେ । ଏହି ସିରିଜ୍ ରେ ସୁଶାନ୍ତ ଏପିଜେ ଅବଦୁଲ କଲାମ ଠାରୁ ଆରମ୍ଭ କରି ଚାନକିଆ ପର୍ଯ୍ୟନ୍ତ ଅନେକ ଭୂମିକାରେ ଅଭିନୟ କରିଥାନ୍ତେ ।

ପାନି- ଶେଖର କପୁର ତାଙ୍କ ଚଳଚ୍ଚିତ୍ର ପାନି ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ କାଷ୍ଟ କରୁଥିଲେ ବୋଲି ମଧ୍ୟ ଖବର ଆସିଥିଲା । ଫିଲ୍ମ ବିଷୟରେ ଅନେକ କାମ କରାଯାଇଥିଲା । ସୁଶାନ୍ତଙ୍କ ନାମ ମଧ୍ୟ ଅନ୍ତିମ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଶେଷରେ କୌଣସି କାରଣରୁ ୟଶ ରାଜ ଫିଲ୍ମସ୍ ଏହି ପ୍ରକଳ୍ପ ବନ୍ଦ କରିଦେଲେ ଏବଂ ଏହି ଚଳଚ୍ଚିତ୍ରଟି ବଡ ପରଦାରେ ମୁକ୍ତିଲାଭ କରିପାରିଲା ନାହିଁ ।

ଦିଲ୍ ବେଚାରା– ଫିଲ୍ମ ଦିଲ୍ ବେଚାରା ଏପରି ଏକ ଫିଲ୍ମ ଯାହା ବଡ ପରଦାରେ ମୁକ୍ତିଲାଭ କରିବାକୁ ଥିଲା | କିନ୍ତୁ ଏହି ଚଳଚ୍ଚିତ୍ରର ଭାଗ୍ୟ କରୋନା ଭାଇରସ୍ ଦ୍ୱାରା ଓଲଟପାଲଟ ହୋଇଯାଇଥିଲା କାରଣ ଲକଡାଉନ୍ ଯୋଗୁଁ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ । ଏବେ ମୁକେଶ ଛାବ୍ରାଙ୍କର ଏହି ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ସୁଶାନ୍ତଙ୍କ ସହ ସଞ୍ଜନା ସାଙ୍ଘୀ ନଜର ଆସିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top