ନ୍ୟୁଜ୍

ଶେଷ ଯାତ୍ରାରେ ସୁଶାନ୍ତ, ମୁମ୍ୱାଇର ଭିଲେପାଲେଠାରେ ପହଞ୍ଚିଲା ସୁଶାନ୍ତ ସିଂଙ୍କ ମରଶରୀର

sushant

ଅର୍ଗସ ବ୍ୟୁରୋ:  ଶେଷ ଯାତ୍ରାରେ ସୁଶାନ୍ତ । ମୁମ୍ୱାଇର ଭିଲେପାଲେଠାରେ ପହଞ୍ଚିଲା ସୁଶାନ୍ତ ସିଂଙ୍କ ମରଶରୀର । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ମୁମ୍ୱାଇରେ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି ।  ଫାଶୀ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତ ସିଂଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶରୀରର ପୋଷ୍ଟମର୍ଟମ କରାଯାଇଥିଲା ।

ରବିବାର ଦିନ ସୁଶାନ୍ତଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ଘରର କୋଠରୀରୁ ମିଳିଥିଲା। ଏହାପରେ ସୁଶାନ୍ତଙ୍କ ମୃତଦେହକୁ ମୁମ୍ବାଇର କପୁର ହସ୍ପିଟାଲକୁ ପଠାଯାଇଥିଲା । ଏଠାରେ ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ୩ ଜଣିଆ ଡାକ୍ତରୀ ଟିମ ଗତକାଲି ରାତିରେ ୩ ଘଣ୍ଟାରୁ ଅଧିକ ସମୟ ଧରି ପୋଷ୍ଟମର୍ଟମ ପରିଚାଳନା କରିଥିଲେ । ଏବଂ ସମଗ୍ର ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top