ଦେଶ

ଆଜି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ:  ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯିବ । ମୁମ୍ବାଇରେ ଆଜି ସୁଶାନ୍ତଙ୍କ ଶବଦାହ କରାଯିବ । ସୁଶାନ୍ତଙ୍କ ପରିବାର ଏବଂ ତାଙ୍କର କିଛି ଘନିଷ୍ଠ ବ୍ୟକ୍ତି ବିହାରର ପାଟନା ଠାରୁ ମୁମ୍ବାଇରେ ପହଞ୍ଚିଛିଥିବା ଜଣାପଡିଛି । ଏହାସହ ସୁଶାନ୍ତଙ୍କ ଭାଇ କହିଛନ୍ତି ଯେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ । କାରଣ ସୁଶାନ୍ତଙ୍କ ସହ ଫିଲ୍ମ ଜଗତରେ କାମ କରୁଥିବା ତାଙ୍କ ବନ୍ଧୁମାନେ ଅନୁରୋଧ କରିଛନ୍ତି ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ବଇରେ ହେଉ । ହେଲେ ଏହାପୂର୍ବରୁ ତାଙ୍କ ଶେଷକୃତ୍ୟ ବିହାରର ପାଟନାରେ କରାଯିବ ବୋଲି ଚର୍ଚ୍ଚା ହେଉଥିଲା ।

ତେବେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ବଲିଉଡ ଜଗତ ସହିତ ସାଧାରଣ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା । ସବୁବେଳେ ହସ ହସ ମୁହଁରେ ନଜର ଆସୁଥିବା ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଗତକାଲି ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top