ଦେଶ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ପୁରିଲା ଏକ ମାସ, ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ ପୋଲିସ୍‌

ମୁମ୍ବାଇ:  ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ  ଆଜି ଏକ ମାସ ପୁରିଛି।  ଘଟଣାକୁ ଏକ ମାସ ହୋଇଥିଲେ ସୁଧା  ପୋଲିସ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିବା ରୋଷେୟା ନୀରଜଙ୍କୁ ପୁଣିଥରେ ମୁମ୍ବାଇ ପୋଲିସ ପଚରାଉଚରା କରିଛି।  ପ୍ରାୟ 6 ଘଣ୍ଟା ଧରି ଚାଲିଥିବା ପଚରାଉଚୁରାରେ ମୁମ୍ବାଇ ପୋଲିସ 14 ଜୁନ୍ ରୁ ଆତ୍ମହତ୍ୟାର ତିନି ଦିନ ପଛ ର ଘଟଣା ବିଷୟରେ ଜାଣିବାକୁ ଇଛା କରିଛି। ଜୁନ୍ 11 ରୁ ଜୁନ୍ 14 ମଧ୍ୟରେ ଘଟିଥିବା ସମସ୍ତ ଛୋଟ ବଡ଼ ତଥ୍ୟ ପାଇଁ ପଚାରିବା ସହ ନୋଟ କରାଯାଇଛି।

ଆଜି ପୁଣିଥରେ ସୁଶାନ୍ତ ସିଂଙ୍କ ଭଉଣୀ ମିତୁ ପୋଲିସ ଷ୍ଟେସନକୁ ଆସି ନିଜର ବୟାନ ଦେଇ ପାରନ୍ତି। ପୋଲିସ କେତୋଟି କଥାରେ ପ୍ରଶ୍ନ ମଧ୍ୟ କରିପାରେ। 14 ଜୁନ୍ ପୂର୍ବରୁ 3 ମାସ ମଧ୍ୟରେ  ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା, ସାକ୍ଷାତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ଏବଂ ଝଗଡା ବିଷୟରେ କିଛି ପ୍ରଶ୍ନ କରିପାରେ।  ପ୍ରତ୍ୟେକ ଛୋଟ ଜିନିଷ ଉପରେ କିଛି ନୂତନ ଅନୁସନ୍ଧାନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top