ଦେଶ

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ FIR ରୁଜୁ କଲା ସିବିଆଇ, ରିୟା ଚକ୍ରବର୍ତ୍ତୀଙ୍କ ନାଁ ବି ସାମିଲ

 ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ସିବିଆଇ ଏଫଆଇଆର ରୁଜୁ କରିଛି  । ଏଫଆଇଆରରେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ନାଁ ରହିଛି ସାମିଲ ।

 ସିବିଆଇ ଆଇପିସି ଧାରା 306, 341, 342, 420, 406 ଓ 506 ଆଧାରରେ ଏଫଆଇଆର ରୁଜୁ କରିଛି । ଏଫଆଇଆରରେ ରିୟା, ସୌଭିକ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ସମେତ ଅନେକ ନାମ ଉଲ୍ଲେଖ ରହିଛି ।

 ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅପରାଧିକ ଚକ୍ରାନ୍ତ, ସୁଶାନ୍ତଙ୍କୁ ଆତ୍ମହତ୍ୟା କରାଇବାକୁ ଉସୁକାଇବା ଅଭିଯୋଗ ରହିଛି । ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ପାଟଣାରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା କେକେ ସିଂହ । ଏହାସହ ରିୟାଙ୍କ ନାଁରେ ବହୁ ଗମ୍ଭୀର ଅଭିଯୋଗ ଆଣିଥିଲେ କେକେ ସିଂହ ।

ସେପଟେ ବିହାର ସରକାରଙ୍କ ସୁପାରିଶ ପରେ ବୁଧବାର ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ତେବେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ ଏଫଆଇଆର ରୁଜୁ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top