ଜୀବନ ମନ୍ତ୍ର

ପ୍ରସ୍ତୁତ କରନ୍ତୁ ସ୍ଵିଟ୍ ଚିକେନ୍

ଅର୍ଗସ ବ୍ୟୁରୋ : ଲକଡାଉନ କାରଣରୁ ଏବେ ସମସ୍ତ ହୋଟେଲ ରେସ୍ତୋରାଁ ବନ୍ଦ ରହିଛି। ତେବେ ଦେଶରେ ଏବେ ଅନଲକ-1 ଲାଗୁ ହେବା ପରେ ଧୀରେ ଧୀରେ ସବୁକିଛି ସ୍ଵାଭାବିକ ହେବାକୁ ଲାଗିଛି। ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଘରେ ରୁହନ୍ତୁ। ଏହି ସମୟରେ ଆପଣ ଯଦି କିଛି ଚିକେନ ସ୍ପେଶାଲ କରି ଖାଇବାକୁ ଚାହୁଁଛନ୍ତି ଖାଇ ପାରିବେ। ତେବେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵିଟ୍ ଚିକେନ। ଜାଣନ୍ତୁ ସ୍ଵିଟ୍ ଚିକେନର ପ୍ରସ୍ତୁତି ପ୍ରଣାଳୀ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ଅଧା କିଲୋ ଚିକେନ, 2ଟି କଟା ପିଆଜ, ଅଧା ଚାମଚ ହଳଦୀ, ସ୍ଵାଦ ଅନୁସାରେ ଲୁଣ, ଅଦା ପେଷ୍ଟ, ରଶୁଣ ପେଷ୍ଟ, ଗରମ ମସଲା, ତେଜପତ୍ର, ଲେମ୍ଵୁ ରସ, ଧନିଆ ପାଉଡର, କ୍ଷୀର, ଚିନି, ତେଲ, 2 ଟି ଅଣ୍ଡା, ଏକ କପ୍ ମଇଦା।

ବିଧି- ପ୍ରଥମେ ଚିକେନକୁ ଭଲ ଭାବରେ ସଫା କରି ନିଅନ୍ତୁ। ଏକ ପାତ୍ରରେ ଗୋଟିଏ ଅଣ୍ଡା ନେଇ ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ଏଥିରେ ମଇଦା, ଲୁଣ, ଅଦା, ରଶୁଣ ପେଷ୍ଟ ଗୋଳାନ୍ତୁ। ଏବେ ଏଥିରେ ଚିକେନ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏବେ ଏକ କଢେଇରେ ତେଲ ଗରମ କରି ସେଥିରେ ମଇଦା ଗୋଳା ଯାଇଥିବା ଚିକେନକୁ ଛାଣି ଦିଅନ୍ତୁ। ଆଉ ଏକ ପ୍ୟାନରେ ତେଲ ଗରମ କରି ତେଜପତ୍ର ପକାନ୍ତୁ। ଏହାପରେ ପିଆଜ ଭାଜନ୍ତୁ। ଏଥିରେ କିଛି ଚିନି ଓ ଲେମ୍ବୁ ରସ ପକାନ୍ତୁ। ଏହି ମିଶ୍ରଣରେ ଏବେ ଚିକେନ ପକାଇ ଫ୍ରାଇ କରନ୍ତୁ। ଏହି ସମୟରେ କିଛି ଗରମା ମସଲା ଓ ଧନିଆ ପାଉଡର ପକାଇ 7 ମିନିଟ୍ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କର ସ୍ଵିଟ୍ ଚିକେନ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top