ଟିଭି

ଖୁବ୍ ଶୀଘ୍ର ଟିଭି ପରଦାରେ ଦର୍ଶକଙ୍କୁ ହସାଇବ ତାରକା ମେହେତା କା ଉଲଟା ଚଷମା ଶୋ

ଅର୍ଗସ ବ୍ୟୁରୋ : ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ବହୁ ଟିଭି ସିରିଏଲ ସୁଟିଂ ସବୁ ବନ୍ଦ ରହିଥିଲା। ଜୁଲାଇ ୧୩ରେ ବହୁ ଟିଭି ଶୋର ନୂଆ ଏପିସୋଡ ଦେଖିବାକୁ ମିଳୁଛି। ଏହି ମଧ୍ୟରେ ତାରକ ମେହେତା କା ଉଲଟା ଚଷମାକୁ ଫ୍ୟାନ୍ସ ଖୁବ୍ ମିସ୍ କରୁଛନ୍ତି। ତେବେ ତାରକ ମେହେତା କା ଉଲଟା ଚଷମାର ଦର୍ଶକଙ୍କ ପାଇଁ ଏକ ଖୁସୀ ଖବର ରହିଛି। ଏବେ ଦର୍ଶକଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ଶୋର ଏପିସୋଡ ଖୁବ୍ ଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି। ଜୁଲାଇ ୨୨ ରୁ ଶୋର ନୂଆ ଏପିସୋଡ ରିଲିଜ ହେବ। ଏଥିପାଇଁ ପ୍ରମୋ ରିଲିଜ୍ ହୋଇ ସାରିଛି।

ସୋନି ଟିଭିର ୟୁଟ୍ୟୁବ ଚ୍ୟାନେଲରେ ପ୍ରମୋ ରିଲିଜ ହୋଇଛି। ଜୁଲାଇ ୨୨ରେ ଏହି ଶୋର ଏପିସୋଡ ରିଲିଜ ହେବ ବୋଲି କୁହାଯାଇଛି। ସେହିପରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ କରାଯାଇଛି। ଏଥିରେ ଲେଖାଅଛି ଯ, ଇଣ୍ଡିଆ ସେ ମିଲେଗା ଏକ ମୁସକୁରାତା ହିନ୍ଦୁସ୍ତାନ, କ୍ୟୁଁକି ଗୋକୁଲଧାମ ସିର୍ଫ ନାମ ହି ନେହିଁ ପୁରା ହିନ୍ଦୁସ୍ତାନ ହୈ। ଶୋର ଚିଫ୍ ଡାୟରେକ୍ଟର ମାଲୱ ରାଜଦା କିଛି ଦିନ ପୂର୍ବରୁ ସୋର ସୁଟିଂ ଫଟୋ ପୋଷ୍ଟ କରିଥିଲେ।

କରୋନା ପାଇଁ ଯେତେବେଳେ ଏହି ସୋର ସୁଟିଂ ବନ୍ଦ ରଖାଯାଇଥିଲା ସେତେବେଳେ ଫ୍ୟାନ୍ସମାନେ ଏହାକୁ ଖୁବ୍ ମିସ୍ କରୁଥିଲେ। ଏବେ ତାରକ ମେହେତା କା ଉଲଟା ଚଷମା ପୁଣି ଥରେ ଟିଭି ସ୍କ୍ରିନରେ ଆସିବାକୁ ଯାଉଛି। ଯାହାକୁ ନେଇ ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top