ଦେଶ

ସଂଘର୍ଷ ଆଗରେ ହାର ମାନିଲା ଦାରିଦ୍ର୍ୟତା : ଦର୍ଜିର ପୁଅ ହେଲେ କମ୍ପାନୀର ଆସୋସିଏଟ୍ ଡିରେକ୍ଟର

justin

ଇଚ୍ଛା ଶକ୍ତି ଓ ମନବଳ ଦୃଢ ରହିଲେ ସବୁ ସମ୍ଭବ । ଏହି କଥାକୁ ସତ କରି ଦେଖାଇଛନ୍ତି କେରଳର ୨୭ ବର୍ଷୀୟ ଜଷ୍ଟିନ୍ । ଜଷ୍ଟିନଙ୍କ ବାପା ଜଣେ ଦର୍ଜି ଥିଲେ । କିନ୍ତୁ ନିଜ ଇଚ୍ଛାଶକ୍ତି ଏବଂ ଦୃଢ ମନବଳ ଯୋଗୁଁ ଆଜି ସେ ହୋଇପାରିଛନ୍ତି ଗୋଟିଏ କମ୍ପାନୀର ଆସୋସିଏଟ୍ ଡିରେକ୍ଟର । ତେବେ ଜଷ୍ଟିନଙ୍କ ପ୍ରେରଣାଦାୟୀ କାହାଣୀ କୌଣସି ସିନେମାଠୁ କମ୍ ନୁହେଁ । ସଂଘର୍ଷରୁ ଆଜି ସେ ପାଇଛନ୍ତି ସଫଳତା । ପିଲାବେଳ ଖୁବ୍ ଅଭାବରେ କାଟିଥିବା ଜଷ୍ଟିନଙ୍କୁ ଛୋଟରୁ ଛୋଟ ଜିନିଷ ପାଇବାକୁ ମଧ୍ୟ କରିବାକୁ ପଡୁଥିଲା ସଂଘର୍ଷ । ଆଉ ସଂଘର୍ଷ କରୁ କରୁ ଆଜି ସେ ଚଢିଛନ୍ତି ସଫଳତାର ସିଡି । ସବୁଠୁ ବଡ କଥା ହେଉଛି ଆଇଆଇଏମ୍ ନାଗପୁର କ୍ୟାମ୍ପସ ପ୍ଲେସମେଂଟରେ ଆଜି ଯାଏଁ ସବୁଠାରୁ ଅଧିକ ଦରମାରେ ଯାଇଛନ୍ତି ଜଷ୍ଟିନ୍ । ଜଷ୍ଟିନଙ୍କୁ ବାର୍ଷିକ ୧୯ଲକ୍ଷ ଟଙ୍କା ଦରମା ଅଫର୍ କରିଛି ହାଇଦ୍ରବାଦର କମ୍ପାନୀ ଭାଲ୍ୟୁ ଲ୍ୟାବ୍ ।

ଜଷ୍ଟିନଙ୍କ ବାପା ଏବଂ ଜେଜେ ଉଭୟ ଦର୍ଜି ଥିଲେ । ନିଜ ସ୍କୁଲ୍ ସମୟରୁ ହିଁ ଭଲ ପଢିବା ସହ କିଛି କରିଦେଖାଇବା ପାଇଁ ସବୁବେଳେ ସ୍ୱପ୍ନ ଦେଖୁଥିଲେ ଜଷ୍ଟିନ୍ । ଆଉ ଏହି ସ୍ୱପ୍ନକୁ ପୁରା କରିବା ପାଇଁ ପରିଶ୍ରମ ମଧ୍ୟ କରିଥିଲେ । ତେବେ ଜଷ୍ଟିନଙ୍କ ଜଣେ ସଂପର୍କୀୟ ଏଥିରେ ଅବଦାନ ରହିଛି । କାରଣ ସେ ସବୁବେଳେ କୁହନ୍ତି କେବଳ ଶିକ୍ଷା ଦ୍ୱାରା ହିଁ ପାରିବାରିକ ସ୍ଥିତିରେ ସୁଧାର ଅଣାଯାଇପାରିବ । ଆଉ ଏହି କଥାକୁ ପାଥେୟ କରି ନିଜ ଜୀବନ ଏବଂ କ୍ୟାରିୟରରେ ଆଗକୁ ବଢିଚାଲିଛନ୍ତି ଜଷ୍ଟିନ୍ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top