ନ୍ୟୁଜ୍

କମୁଛି ଡ୍ରାଗନର ଦବଦବା, ବଢ଼ିଲା ଚୀନ-ତାଇୱାନ ମଧ୍ୟରେ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ: ଚୀନକୁ ଜବାବ ଦେବାକୁ ତାଇୱାନ ପ୍ରସ୍ତୁତ  । ଡ୍ରାଗନକୁ ମାତ ଦେବ ତାଇୱାନ । ଦକ୍ଷିଣ ଚୀନ୍ ସାଗରରେ ତାଇୱାନର ଜୋରଦାର ସାମରିକ ଡ୍ରିଲ୍ । ଚାଇନାର କ୍ଷେପଣାସ୍ତ୍ରକୁ ଉଡାଇବାକୁ ଟାର୍ଗେଟ୍ କରୁଛି ତାଇୱାନ । ଚୀନ-ତାଇୱାନ ମଧ୍ୟରେ ବଢିଛି ଯୁଦ୍ଧ ଆଶଙ୍କା  । 5 ଦିନ ଧରି ଲଗାତାର ଦକ୍ଷିଣ ଚୀନ ସାଗରରେ ଜାରି ରହିଛି ତାଇୱାନ ନୌସେନାରେ ଜୋରଦାର ଯୁଦ୍ଧାଭ୍ୟାସ  ।

ଏପରିକି ଏହି ଯୁଦ୍ଧାଭ୍ୟାସ ସମୟରେ ତାଇୱାନ ସେନା ମିସାଇଲ ଛାଡ଼ି ନିଜର ସାମର୍ଥ୍ୟ ଦେଖାଇବାକୁ ଭୁଲିନାହିଁ । ଆଶଲ୍ଟ ହେଲିକପ୍ଟର ଓ ଫାଇଟର ଜେଟ ସାହାଯ୍ୟରେ ସମୁଦ୍ରର ଟାର୍ଗେଟ ଅଞ୍ଚଳକୁ ବମ୍‌ ନିକ୍ଷେପ କରିଛି ସେନା । ଏହାସହ ଟ୍ୟାଙ୍କ ସାହାଯ୍ୟରେ ସମୁଦ୍ର କୂଳରେ ଲକ୍ଷ୍ୟଭେଦ କରି ଡ୍ରାଗନକୁ ଦେଇଛି ଖୋଲା ଚ୍ୟାଲେଞ୍ଜ ।

ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ହସ୍ତକ୍ଷେପ ମଧ୍ୟରେ ତାଇୱାନ ପାଞ୍ଚ ଦିନିଆ ସାମରିକ ଡ୍ରିଲ ‘ହାନ କୁଆଙ୍ଗ’ ଆରମ୍ଭ କରିଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ ତାଇୱାନ ଚାଇନାର କ୍ଷେପଣାସ୍ତ୍ରକୁ ମାରି ଗଳାଇବା ପାଇଁ ଯୋଜନା କରୁଛି  ।  ତାଇୱାନର ମୁଖ୍ୟ ଜେନେରାଲ ଷ୍ଟାଫ୍ ହୁଆଙ୍ଗ ଶୁ-କୁଆଙ୍ଗ ସୋମବାର ତାଇପେଇ କମାଣ୍ଡ ସେଣ୍ଟରରୁ ଡ୍ରିଲ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ସେପଟେ ତାଇୱାନ ଦକ୍ଷିଣ ଚୀନ୍ ସାଗରରେ ଦୁଇଟି ଜାହାଜ ଏବଂ ଏକ ବୁଡ଼ାଜାହାଜ ମଧ୍ୟ ନିୟୋଜିତ କରିଛି। ଏଥିସହିତ ଆମେରିକା ଏହାର ଗୁଇନ୍ଦା ବିଭାଗ ଏବଂ ଘାତକ ହେଲିକପ୍ଟର ସାହାଯ୍ୟରେ ଚୀନ୍ ସେନାର ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିଛି ।

ଦକ୍ଷିଣ ଚୀନ୍ ସାଗର ପରେ ତାଇୱାନ ମଧ୍ୟ ଏହାର ପୂର୍ବ ଉପକୂଳରେ ଥିବା ହୁଆଲିନ ସ୍ଥିତ ଚିଆଶାନ୍ ଏୟାରବେସରେ ସାମରିକ ଡ୍ରିଲ କରିବାକୁ ଯାଉଛି। ମିରାଜ୍ 2000, F-16 ଯୁଦ୍ଧ ବିମାନ ଏବଂ P-3C ଆଣ୍ଟି ସବମେରାଇନ୍ ଯୁଦ୍ଧ ଜାହଜ ଏଠାରେ ନିୟୋଜିତ କରାଯାଇଛି | ଅନ୍ୟପଟେ ତାଇୱାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଚୀନ୍ । ଚୀନ୍‌ର ବିରୋଧ ଯୋଗୁଁ ତାଇୱାନ ବିଶ୍ୱ ସ୍ୱାସ୍ଥ୍ୟ ସଭା ଏବଂ WHO ର ଅଂଶ ହୋଇପାରିବ ନାହିଁ। ଚୀନ୍‌ର ସର୍ତ୍ତ ଥିଲା ଯେ ବିଧାନସଭାକୁ ଯିବାକୁ ତାଇୱାନକୁ ୱାନ ଚାଇନା ନୀତି ପାଳନ କରିବାକୁ ପଡିବ, କିନ୍ତୁ ତାଇୱାନ ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଛି ।

ତାଇୱାନରେ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି କ୍ଷମତାକୁ ଆସିବା ପରଠାରୁ ଚୀନ୍ ସହିତ ସମ୍ପର୍କ ଖରାପ ହୋଇଯାଇଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହାର ଅନେକ ଯୁଦ୍ଧ ଜାହାଜ ନିୟୋଜିତ କରିଛି |ଏଭଳି ପରିସ୍ଥିତିରେ ଏବେ ଦୁଇ ଦେଶ ମଧ୍ୟରେ କୌଣସି ବି ମୂହୁର୍ତ୍ତରେ ଯୁଦ୍ଧ ହେବା ନେଇ ଆଶଙ୍କା ଦେଖାଦେଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top