ଜୀବନ ମନ୍ତ୍ର

ରକ୍ତଚାପରେ ପୀଡିତ କି ? ଏହି ଉପାୟରେ ମହୁ ଖାଇଲେ ହୋଇପାରେ ରାମବାଣ ସାବ୍ୟସ୍ତ

honey

ବହୁ ଉପକାରୀ ମହୁ । ବିଭିନ୍ନ ଘରୋଇ ଉପଚାରରେ ଆମେ ମହୁ ବ୍ୟବହାର କରିଥାଉ । ମହୁକୁୁ ଆମର ନିତିଦିନିଆ ଡାଏଟରେ ସାମିଲ କରନ୍ତୁ । .. ଏହାପରେ ଦେଖିବେ ଏହାର ଚମତ୍କାରିତା । ଏହିସବୁ ସମସ୍ୟା ପାଇଁ ରାମବାଣ ହେଉଛି ମହୁ ।

-ମହୁକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ଲାଲ ରକ୍ତ କଣିକା ଉପରେ ଭଲ ପ୍ରଭାବ ପକାଇଥାଏ । ଲାଲ ରକ୍ତ କଣିକା ମୁଖ୍ୟ ରୂପେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ମାଧ୍ୟମରେ ଅକ୍ସିଜେନ ପଂହଚାଇବାରେ ସହାୟତା କରିଥାଏ । ସେହିପରି ହିମୋଗ୍ଲୋବିନ୍ ସ୍ତର ମଧ୍ୟ ବୃଦ୍ଧି କରାଇଥାଏ ।

-ନିୟମିତ ମହୁ ଖାଇବା ଦ୍ୱାରା ଆମର ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଶରୀରରେ ରକ୍ତ ପ୍ରବାହକୁ ସନ୍ତୁଳିତ କରିଥାଏ ମହୁ, ଫଳରେ ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।
-ଯୋଗ ଓ ବ୍ୟାୟାମ କରୁଥିବା ବ୍ୟକ୍ତିମାନେ ନିୟମିତ ଭାବେ ମହୁ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ ।

-ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, କେମୋଥେରାପି ନେଇଥିବା ଲୋକଙ୍କ ଶରୀରରେ ଶ୍ୱେତ ରକ୍ତ କଣିକାକୁ କମ୍ କରିଥାଏ ମହୁ । କେମୋଥେରାପି ନେଉଥିବା ଲୋକଙ୍କ ଠାରେ ଉପଚାର ପାଇଁ ୨ଚାମଚ୍ ମହୁ ଖାଇବାକୁ ଦିଆଯାଇଥିଲା । ଏହାର ବହୁତ ସକରାତ୍ମକ ପ୍ରଭାବ ତାଙ୍କ ଉପରେ ଦେଖିବାକୁ ପଡିଥିଲା । ମହୁକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଏ । ମହୁରେ ଚିନିର କିଛି ତତ୍ୱ ରହିଥିଲେ ମଧ୍ୟ ଏଥିରେ ଗ୍ଲୁକୋଜ ପରିମାଣ ୩୦ ପ୍ରତିଶତ ରହିଥିବା ବେଳେ ୪୦ ପ୍ରତିଶତ ଫ୍ରକ୍ଟୋଜ୍ ରହିଛି ।

-ମହୁରେ ଆଂଟିବ୍ୟାକ୍ଟେରିଆଲ ଓ ଏଂଟିସେପ୍ଟିକ ଗୁଣ ରହିଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ସେହିପରି ହାର୍ଟ ସସମ୍ୟା ପାଇଁ ମଧ୍ୟ ମହୁ ବହୁତ ଉପକାରୀ । ଗୋଟିଏ ଡାଳିମ୍ବ ରସରେ ଏକ ବଡ ଚାମଚ ମହୁ ମିଶାଇ ଖାଇବା ଦେହ ପାଇଁ ବହୁତ ଉପକାରୀ । କୋଷ୍ଠକାଠିନ୍ୟ, ପେଟଫୁଲା ଓ ଗ୍ୟାସ ସମସ୍ୟାରୁ ମୁକ୍ତି ଦେଇଥାଏ ମହୁ । ମହୁରେ ରହିଛି ଏପରି ଏକ ବ୍ୟାକ୍ଟେରିଆ, ଯାହାକି ହଜମ ପ୍ରକ୍ରିୟାରେ ଆମକୁ ସାହାଯ୍ୟ କରିଥାଏ । କେଶ ଓ ତ୍ୱଚା ପାଇଁ ମଧ୍ୟ ମହୁ ବହୁତ ଉପକାରୀ । ସ୍କିନ୍ ସଂକ୍ରମଣ ଓ ଶୁଖିଲା ତ୍ୱଚାକୁ ଠିକ୍ କରିବା ପାଇଁ ମଧ୍ୟ ଆମେ ମଡୁ ବ୍ୟବହାର କରିପାରିବା । ସେହିପରି ଛୋଟ ଶିଶୁକୁ ଭଲ ନିଦରେ ଶୁଆଇବା ପାଇଁ ନିୟମିତ କିଛି କିଛି ମହୁ ଖୁଆନ୍ତୁ । କେବଳ ଶୋଇବା ପାଇଁ ନୁହେଁ, ପିଲାଙ୍କୁ ଥଣ୍ଡା ଓ ସର୍ଦ୍ଦିରୁ ମୁକ୍ତି ଦେଇଥାଏ ମହୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top