ନ୍ୟୁଜ୍

ଅମୃତଭଣ୍ଡା, ଛେଳି କରୋନା ପଜିଟିଭ୍‌: ଟେଷ୍ଟିଂ କିଟ୍‌ ପାଇଁ ଚିନ୍ତାରେ ତାଞ୍ଜାନିଆ

ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି । କରୋନା ଭ୍ୟାକସିନ ବାହାର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଗୋଟିଏ ପଟେ ଟୀକା ପ୍ରସ୍ତୁତ କରିଥିବା ନେଇ ଇସ୍ରାଏଲ୍‌ ଦାବି କରୁଥିବା ବେଳେ ତାଞ୍ଜାନିଆ ବ୍ୟବହାର କରୁଥିବା ଟେଷ୍ଟିଂ କିଟ୍‌ କହୁଛି ଅମୁତଭଣ୍ଡା କରୋନା ପଜିଟିଭ୍‌ । ଏବେ ତାଞ୍ଜାନିଆରେ ବ୍ୟବହୃତ ଟେଷ୍ଟିଂ କିଟ୍‌କୁ ବ୍ୟାନ କରାଯାଇଛି । ଛେଳି ଓ ଅମୃତଭଣ୍ଡା କରୋନା ପଜିଟିଭ୍‌ ବୋଲି  ଟେଷ୍ଟିଂ କିଟ୍‌ ଜଣାପଡ଼ିବା ପରେ ତାଞ୍ଜାନିଆ ରାଷ୍ଟ୍ରପତି ଜନ୍‌ ମାଗୁଫୁଲି ଏହାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ।   

ପ୍ରଥମେ ମାଗୁଫୁଲିଙ୍କ ସରକାର କରୋନା ତଥ୍ୟ ଲୁଚାଇ ସମାଲୋଚନାର ଶିକାର ହୋଇଥିବା ବେଳେ ଏବେ ଟେଷ୍ଟିଂ କିଟ୍‌ ଭୁଲ୍‌ ଥିବା ନେଇ ପୁଣି ଚର୍ଚ୍ଚାରେ । ତେବେ ଏହି ଟେଷ୍ଟିଂ କିଟ୍‌ ବିଦେଶରୁ ଆସିଛି ବୋଲି ସୂଚନା ଦେଇଛନ୍ତି ଜନ୍‌ । ଏବେ ଏହି ଟେଷ୍ଟିଂ ଆମଦାନୀ ବେଳେ ପରୀକ୍ଷା କରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସୂରକ୍ଷା କର୍ମୀମାନେ ଟଷ୍ଟିଂ କିଟ୍‌ ଗୁଡ଼ିକୁ ଅମୃତଭଣ୍ଡା, ଛେଳି, ମେଣ୍ଢାମାନଙ୍କ ଦେହରେ ପରୀକ୍ଷା କରାଇଛନ୍ତି । ତେବେ ଏହାପରେ ଅମୃତଭଣ୍ଡା ଓ ଛେଳିର ସାମ୍ପଲ ପଜିଟଭ୍‌ ମିଳିଥିବା ନେଇ ତାଞ୍ଜାନିଆ ରାଷ୍ଟ୍ରପତି ପ୍ରକାଶ କରିବା ସହ ଟେଷ୍ଟିଂ କିଟ୍‌ ମଣିଷମାନଙ୍କ ଦେହରେ ବ୍ୟବହାର କରିବାକୁ କହିଥିଲେ ।

ତେବେ ଯେଉଁ ବ୍ୟକ୍ତି କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲେ ପ୍ରକୃତରେ ସେମାନଙ୍କ ଶରୀରରେ କରୋନା ଭାଇରସ୍‌ ନଥିବା ମଧ୍ୟ ଜଣାପଡ଼ିଛି । ରାଷ୍ଟ୍ର ହିତ ପାଇଁ ଯାହା ଆବଶ୍ୟକ ତାହା ସବୁବେଳେ ଆମଦାନୀ କରିବା ଉଚିତ ନୁହେଁ । କିଛି ତ ଘଟୁଛି । ତେଣୁ ଟେଷ୍ଟିଂ କିଟ୍‌ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନ୍‌ ମାଗୁଫୁଲି ।

ରବିବାର ପର୍ଯ୍ୟନ୍ତ ମିଳିଥିବା ସିୂଚନା ଅନୁସାରେ ତାଞ୍ଜାନିଆରେ 480 କରୋନା ପଜିଟିଭ୍‌ ଥିବା ବେଳେ 17 ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅନ୍ୟ ଆଫ୍ରିକାନ ଦେଶଗୁଡ଼ିକୁ ଦେଖିଲେ ତାଞ୍ଜାନିଆର ସୂଚନା ମେଳ ଖାଉନଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top