X
Breaking News
ଦେଶ

ଆନ୍ଧ୍ରପ୍ରଦେଶ ରାଜନୀତିରେ ହାଇ ଭୋଲଟେଜ୍‌: ଚନ୍ଦ୍ରବାବୁ ଓ ପୁଅ ଲୋକେଶ ଗୃହବନ୍ଦୀ

chandrababu

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ । ବିଜୟଓ୍ଵାଡ଼ା  ଉଣ୍ଡାବାଲ୍ଲିସ୍ଥିତ ଚନ୍ଦ୍ରବାବୁଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଛି । ଚନ୍ଦ୍ରବାବୁଙ୍କ ପୁଅ ନର ଲୋକେଶ ଏବଂ ଅନ୍ୟ କେତେକ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି  ।ଏହି ଖବର ଜଣାଯିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନା ପ୍ରକାଶ ପାଇଛି ।

‘ଚଲୋ ଆତ୍ମାକୁର’ ରାଲି ପାଇଁ ଆହ୍ଵାନ ଦେଇ ଅଡୁଆରେ ଚନ୍ଦ୍ରବାବୁ ନାଇଡୁ । ଚନ୍ଦବାବୁ ,ତାଙ୍କ ପୁଅ ନର ଲୋକେଶ ଏବଂ ଅନ୍ୟ କେତେକ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି । ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ଚନ୍ଦ୍ରବାବୁଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାପଡିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନା ପ୍ରକାଶ ପାଇଛି  ।  ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ସରକାରୀ ଦଳ ଇଏସ୍‌ଆର୍‌ସିପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ତେଲୁଗୁ ଦେଶମ୍ ପାର୍ଟି ମଧ୍ୟରେ ଏବେ କଡ଼ା ଟକ୍କର ଚାଲିଛି । ଏଥିପାଇଁ ଟିଡିପି ନେତା ଓ କର୍ମୀମାନେ ଗୁଣ୍ଟୁର ଜିଲ୍ଲାର ଆତ୍ମାକୁରୁ ଗାଁରେ ସରକାରଙ୍କ ବିରୋଧରେ ଏକ ମହାଶୋଭାଯାତ୍ରା କରିବାକୁ ଯୋଜନା କରିଥିଲେ । କିନ୍ତୁ ଏହା ପୂର୍ବରୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ନର ଲୋକେଶଙ୍କୁ ଗୃହବନ୍ଦୀ କରାଯାଇଛି ।

ଆଜି ସକାଳ 9ଟାରେ ଆତ୍ମକୂରୁ ଗସ୍ତରେ ବାହାରିଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ଚନ୍ଦ୍ରବାବୁ ଅନଶନରେ ବସିବାକୁ ଘୋଷଣା କରିଛନ୍ତି । ପୋଲିସ ଉଭୟ ବାପପୁଅଙ୍କୁ ଗୃହବନ୍ଦୀ ରଖିଥିବା ବେଳେ ତାଙ୍କ ଘରକୁ ପ୍ରବେଶ କରୁଥିବା ସମସ୍ତ ଟିଡିପି କର୍ମୀଙ୍କୁ ଅଟକ ରଖାଯାଉଛି । ସେହିପରି ଦଳର ପୂର୍ବତନ ବିଧାୟକ ତଙ୍ଗିରାଲା ସୌମ୍ୟ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ନନ୍ଦିଗାମଠାରେ ଗୃହବନ୍ଦୀ କରାଯାଇଛି । ଚନ୍ଦ୍ରବାବୁଙ୍କୁ କୌଣସି ଗଣମାଧ୍ୟମ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଉ ନାହିଁ । ସେପଟେ ସୁରକ୍ଷା ଦୃଷ୍ଟିରୁ ନରସରାୱପେଟା, ସତ୍ତେନାପାଲେ, ପଲନାଡ଼ୁ ଏବଂ ଗୁରାଜଲାରେ ୧୪୪ଜାରି ରହିଛି କରାଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top