X
Breaking News
ରାଜ୍ୟ

ଆଳୁ, କଲରା କିଣିବାକୁ ଛାତ୍ରଛାତ୍ରୀଙ୍କୁ ମାର୍କେଟ ପଠାଇଥିଲେ ଶିକ୍ଷୟିତ୍ରୀ, ଭିଡିଓ ଭାଇରାଲ..

VIRAL VIDEOcard_00034

ବାଲେଶ୍ୱର: ଦେହରେ ସ୍କୁଲ ୟୁନିଫର୍ମ । ହାତରେ ସ୍କୁଲ ବ୍ୟାଗ ବଦଳରେ ପରିବା ବ୍ୟାଗ । ବର୍ଷା ପଚ ପଚ କାଦୁଅରେ ଓଦା ହୋଇ ପରିବା କିଣୁଛନ୍ତି ଛାତ୍ରଛାତ୍ରୀ ।  ଏହା କୌଣସି ସ୍କୁଲର ପ୍ରାକ୍ଟିକାଲ କିମ୍ବା ସ୍କୁଲ ଟାସ୍କ ନୁହଁ ।  ଏହି ଛାତ୍ରଛାତ୍ରୀମାନେ ହେଉଛନ୍ତି ବାଲେଶ୍ୱର ବାହାନାଗା ବ୍ଲକ ଅଂଚଳରେ ଥିବା  ଖେରଙ୍ଗ ପ୍ରାଥମିକ ବିଦ୍ୟାଳୟର ।

ତିନି ଜଣ ପିଲା ବର୍ଷା ହେଉଥିବା ବେଳେ ଖେରଙ୍ଗ ବଜାରରେ ଏକ ପରିବା ଦୋକାନରୁ ଆଳୁ କିଣୁଥିଲେ। ତେବେ ସ୍କୁଲପିଲା ୟୁନି ଫର୍ମରେ ଥାଇ ବର୍ଷାରେ ପରିବା କିଣୁଥିବା ଦେଖି ଜଣେ ଅଭିଭାବକ ଏହାର ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ କରିଥିଲେ ।  ଏହାସହ ପରିବା ଆଣିବାକୁ କିଏ ପଠାଇଛି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ଜବାବ ମିଳିଥିଲା ମିନତୀ ଦିଦି ।

ପଚାଶ ଟଙ୍କା ଦେଇ ଆଳୁ ଓ କଲରା ନେବା ପାଇଁ ପଠାଇଥିବାର କହିଥିଲେ । ପ୍ରବଳ ବର୍ଷାରେ ତିନି ସ୍କୁଲ ପିଲାଙ୍କୁ ଦିଦି ପରିବା କିଣି ଆଣିବା ପାଇଁ ବରାଦ କରିଛନ୍ତି । ସ୍କୁଲରେ ପାଠପଢ଼ା ସମୟରେ ପିଲାଙ୍କୁ କାମରେ ଲଗାଇବା ଘଟଣା ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top