ଟେକ୍ନୋଲୋଜି

ସିଲିଣ୍ଡରରେ ନିଆଁ ଲାଗିଲେ ଆୟତ୍ତ କରିବେ କିପରି ? ପାର୍କ ଉତ୍ସବରେ ଦିଆଗଲା ଟେକ୍‌ନିକ୍‌

ଭୁବନେଶ୍ୱର: ଯଦି ଆପଣଙ୍କ ଗ୍ୟାସ ସିଲଣ୍ଡରରେ ନିଆଁ ଲାଗିଯାଏ ତେବେ ନିଆଁକୁ ଆୟତ୍ତ କରିବା ପାଇଁ କଣ ଆପଣଙ୍କ ପାଖେ କିଛି ଉପାୟ ଅଛି ? ଯଦି ନଥାଏ ତେବେ କିପରି ଭାବରେ ଗ୍ୟାସ ସିଲଣ୍ଡରରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଉଛି ତାର କୌଶଳ ଆଜି ଆଇଜି ପାର୍କରେ ଆୟୋଜିତ ପାର୍କ ଉତ୍ସବରେ ସିଭିଲ ଡେଫନ୍ସ ତରଫରୁ ଲୋକଙ୍କୁ ଶିକ୍ଷା ଦିଆଯାଇଛି ।

କୌଣସି ସମୟରେ ଯଦି ଗ୍ୟାସ ଲିକ ହୋଇ ନିଆଁ ଲାଗିଯାଏ ତା ହେଲେ ଭୟଭୀତ ନ ହୋଇ ନିଜେ ସେହି ନିଆଁକୁ ଆୟାତ କରିପାରିବେ । ରେଗୁଲେଟର ପଟୁ ନିଆଁ ବାହାରୁଥିଲେ ସାମନାରୁ ଆଙ୍ଗୁଠି ଦେଇ ରେଗୁଲେଟର ବନ୍ଦ କରିଦେଲେ ନିଆଁ ବନ୍ଦ ହୋଇଯିବ । ସେହିପରି ଓଦା କମ୍ବଳ ବା ଚାଦର ଚାରିପଟେ ଘୋଡେଇ ଦେଲେ ବି ନିଆଁ ବନ୍ଦ ହୋଇଯିବ । ଆଇଜି ପାର୍କରେ ଆୟୋଜିତ ପାର୍କ ଉତ୍ସବରେ ସିଭିଲ ଡେଫନ୍ସ ତରଫରୁ ଏଭଳି ମକ ଡ୍ରିଲ କରାଯାଇ ଲୋକଙ୍କୁ ସଚେତନ କରାଯାଇଛି ।

ଖାଲି ଏତିକି ନୁହେଁ ପାଣିରେ ନିଆଁ ଲାଗିଗଲେ ମଧ୍ୟ ଅତି ସହଜରେ ତାକୁ ଆୟତ୍ତ କରାଯାଇପାରିବ । ଏହା ସହ ଜରୁରୀକାଳୀନ ପରିସ୍ଥିତିରେ ହୃଦଘାତ ହୋଇଥିଲେ ବି ତାକୁ ବଞ୍ଚାଯାଇ ପାରିବ । ଏହା ବ୍ୟତୀତ ଘଟଣାସ୍ଥଳରେ ଲୋକେ ନିଜେ ସଙ୍ଗେ ସଙ୍ଗେ ଷ୍ଟ୍ରେଚର ତିଆରି କରିପାରିବେ ।

ତେବେ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା ଅନେକ ନୂଆ ନୂଆ ଜିନିଷ । ରୋଷେଇ ଗ୍ୟାସର ବିକଳ୍ପ ଭାବେ ବାୟୋ ଫୁଏଲର ଉଦ୍ଭାବନ କରାଯାଇଛି । ଯାହା କୃଷି ଭିତ୍ତିକ ଅଦରକାରୀ ପଦାର୍ଥରୁ ତିଆରି କରାଯାଇଛି । ଏହା ସମ୍ପୁର୍ଣ୍ଣ ଭାବେ ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ବହୁ କମ ଦରରେ ମାର୍କେଟରେ ମିଳୁଛି । ଏହା ବ୍ୟତୀତ ଚିତ୍ରାଙ୍କନ, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ହସ୍ତଶିଳ୍ପ, ଓଡିଶା ସଂସ୍କୃତି ଓ ପରମ୍ପରାକୁ ନେଇ ତିଆରି ହୋଇଥିବା ଚିତ୍ର, ମାଠିଆ ତିଆରି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଖାଲି ଏତିକି ନୁହେଁ ଏହି ଉତ୍ସବ ଦ୍ୱାରା ରାଜଧାନୀବାସୀଙ୍କୁ ସଚେତନ ମଧ୍ୟ କରାଯାଇଛି ।

ରାଜଧାନୀବାସୀଙ୍କୁ ସଚେତନ କରିବା ପାଇଁ ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପାର୍କ ଉତ୍ସବ ଆଗାମୀ ସମୟ ପର୍ଯ୍ୟନ୍ତ ଜାରୀ ରହିବ ନା ପଥ ଉତ୍ସବ ପରି ଲୋପ ପାଇଯିବ, ତାହା ସମୟ ହିଁ କହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top