X
Breaking News
ଟେକ୍ନୋଲୋଜି

ଜିଓର ପୁଣି ଦମଦାର ଅଫର: ୫୯୪ରେ ୬ ମାସ ଏବଂ ୨୯୭ରେ ୩ ମାସ

jio plan
courtesy-www.youtube.com

ମୁମ୍ବାଇ: ରିଲାଏନ୍ସ ଜିଓ ଲଞ୍ଚ ହେବା ପରେ ଅନ୍ୟ ନେଟଓ୍ୱର୍କଗୁଡ଼ିକର କ୍ରେଜ୍‌ କମୁଛି । ଅନ୍ୟପଟେ ଦିନକୁ ଦିନ ଜିଓ ନିଜର ନୂଆ ପ୍ଲାନ୍‌ ଘୋଷଣା କରୁଛି । ନିଜ ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରୁଛି କମ୍ପାନୀ । ପୁଣି ଏକ ପ୍ଲାନ୍‌ ଲଞ୍ଚ କରିଛି ଜିଓ । ଜିଓ ଫୋନ୍‌ ୟୁଜର୍ସଙ୍କୁ ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ରିଚାର୍ଜ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଜିଓଫୋନ୍‌ ମନ୍‌ସୁନ ହଙ୍ଗାମା ଅଫର ଜରିଆରେ ୬ ମାସ ଏବଂ ୩ ମାସର ପ୍ଲାନ୍‌ ଲଞ୍ଚ କରିଛି କମ୍ପାନୀ । ୫୯୪ ଟଙ୍କାରେ ୬ ମାସ ଏବଂ ୨୯୭ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ସେବା ପାଇ ପାରିବେ ଉପଭୋକ୍ତା ।

୧୬୮ ଦିନ ରହିବ ଭେଲିଡିଟି
୫୯୪ ଟଙ୍କାରେ ଜିଓଫୋନ୍‌ ଉପଭୋକ୍ତାମାନେ ୧୬୮ ଦିନର ସେବା ପାଇପାରିବେ । ଏହା ଅନଲିମିଟେଡ୍‌ ଡାଟା ପ୍ଲାନ୍‌ ଅଟେ । ଏହାଦ୍ୱାରା ଉପଭୋକ୍ତାଙ୍କୁ ୫୧୨ ଏମ୍‌ବି ୪ଜି ଡାଟା ପ୍ରତିଦିନ ମିଳିବ ।

ଅନ୍ୟଟି ୮୪ ଦିନ
୨୯୭ ଟଙ୍କାରେ ମିଳୁଥିବା ସେବାର ଅବଧି ୮୪ ଦିନ । ଏହି ଦୁଇଟି ପ୍ଲାନ୍‌ରେ ଉପଭୋକ୍ତାମାନଙ୍କୁ ମାଗଣା ଭଏସ୍‌ କଲ ଏବଂ ମାଗଣା ଏସ୍‌ଟିଡି କଲ୍‌ର ସୁବିଧା ମିଳିବ । ୩୦୦ ଏସଏମ୍‌ଏସ୍‌ ପ୍ରତିମାସ ମଧ୍ୟ ମିଳିବ । ଏହି ପ୍ୟାକ୍‌ ମାଧ୍ୟମରେ ଆପଣ ଜିଓର ପ୍ରତିଟି ଆପ୍‌ ଚଳାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top