ଦେଶ

୯ ଡିସେମ୍ବର ପର୍ଯ୍ୟନ୍ତ ୪ ଅଭିଯୁକ୍ତଙ୍କ ଶବ ପୋଡା ହେବନି କି ପୋତା ହେବନି: ହାଇକୋର୍ଟ

disha

ହାଇଦ୍ରାବାଦ: ଶୁକ୍ରବାର ଦିନ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ତେଲେଙ୍ଗାନା ପୋଲିସ୍‌ । ଏବେ ଏହି 4 ଅଭିଯୁକ୍ତଙ୍କ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ  ମନା କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ । ହାଇକୋର୍ଟ  କହିଛନ୍ତି ଯେ 4 ଅଭିଯୁକ୍ତଙ୍କ ଶବ ସୋମବାର ଅର୍ଥାତ୍‌ ଡିସେମ୍ବର 9 ତାରିଖ ଯାଏ  ସୁରକ୍ଷିତ ରଖାଯାଉ ।

9 ତାରିଖର 8ଟା ପର୍ଯ୍ୟନ୍ତ ଶବକୁ ପୋତା ଯିବନି କି ଜଳାଯିବନି । ପରିବାରଙ୍କୁ ଶବ ହସ୍ତାନ୍ତର ମଧ୍ୟ କରାଯିବ ନାହିଁ । ଏହି ସମ୍ପର୍କରେ କୋର୍ଟ ତେଲେଙ୍ଗାନା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କୁ ମିଳିଥିବା ଏକ ରିପୋର୍ଟ ଉପରେ ଉଚ୍ଚ ନ୍ୟାୟାଳୟ ଏହି ଘଟଣାରେ ନ୍ୟାୟିକ ବିଭାଗର ହସ୍ତକ୍ଷେପ ଲୋଡିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top