ଅପରାଧ

ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ଶୁଣାଣି

hydrabad

ହାଇଦ୍ରାବାଦ:  ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଡକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟ ହେବ । ଭେଟେରିନାରୀ ଡାକ୍ତରଙ୍କ ଦୁଷ୍କର୍ମଓ ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହେବ ବୋଲି ତେଲେଙ୍ଗାନା ହାଇକୋର୍ଟ ରାୟ ଦେଇଛନ୍ତି। ଏହି ଲୋମ ଟାଙ୍କୁରା ଘଟଣା ତେଲେଙ୍ଗାନା ସହିତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ସୋମବାର ଦିନ ସଂସଦରେ ସମାଜବାଦୀ ପାର୍ଟି ଏହି ପ୍ରସଙ୍ଗରେ କହିଥିଲେ ଦୁଷ୍କର୍ମକାରୀଙ୍କୁ ଲୋକଙ୍କୁ ହସ୍ତାନ୍ତର କରିଦିଆଯାଉ ଓ  ସର୍ବସାଧାରଣରେ ସେମାନଙ୍କ ହତ୍ୟା କରିଦିଆଯାଉ।

ଡାକ୍ତର ପ୍ରିୟକାଙ୍କୁ ଅତି ନିର୍ମମ ଭାବେ ଗଣ ଦୁଷ୍କର୍ମ କରିବା ପରେ ଜିଅନ୍ତା ଜାଳି ଦେଇଥିଲେ 4 ଅଭିଯୁକ୍ତ । ଘଟଣାରେ  ମହମ୍ମଦ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବଲୁ ଆଦି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନେ ସମସ୍ତେ ୨୦ରୁ ୨୬ ବର୍ଷ ବୟସର। ଏହି 4 ଅଭିଯୁକ୍ତ ମଦ ପିଇ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ। ଏହି ଘଟଣାରେ  3 ପୋଲିସ୍‌ ମଧ୍ୟ ନିଲମ୍ବିତ ହୋଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top