ଦେଶ

ଦୂର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଟ୍ରେନିଂ ବିମାନ, ଦୁଇ ପାଇଲଟ ମୃତ

biman crash

ଅର୍ଗସ ବ୍ୟୁରୋ: ତେଲେଙ୍ଗନାର ବିକାରାବାଦ ଜିଲ୍ଲାର ସୁଲ୍ଲତାନପୁରରେ ଏକ ତାଲିମ୍‌  ଦେଉଥିବା ବିମାନର ଦୂର୍ଘଟଣା ଘଟିଛି । ଏହି ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ ହୋଇଛି ।  ଦୁଇ ମୃତ ପାଇଲଟଙ୍କ ମଧ୍ୟରୁ ଜଣେ ପ୍ରକାଶ ବିଶାଳ ଅନ୍ୟ ଜଣେ ମହିଳା ପାଇଲଟ ଥିଲେ । ତେବେ ଏହି ମହିଳା ପାଇଲଟଙ୍କ ବିଷୟରେ କିଛି ଜଣା ପଡିନାହିଁ ।

ଦୂର୍ଘଟଣା ସ୍ଥଳରେ ଉଦ୍ଧାରକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନାନୁଯାୟୀ  ଟ୍ରେନର ବିମାନଟି ବିକାରାବାଦର ସୁଲ୍ଲତାନପୁର ଗାଁର ଉପରକୁ ଉଡାଣ ଭରୁଥିବା ସମୟରେ ଏହି ଦୂର୍ଘଟଣାର ଶିକାର ହୋଇଥିଲା ।  ବିମାନର ପଡିବାର ଶଦ୍ଧ ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସି  ଦୂର୍ଘଟଣା ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top