ନ୍ୟୁଜ୍

ଜୁଲାଇ ୨୦ରୁ ଆରମ୍ଭ ହେବ ଟେଲି ମେଡିସିନ ସେବା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଉତ୍କଟ ହେବାରେ ଲାଗିଛି । ସଂକ୍ରମଣ କମାଇବା ବା କରୋନାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଗ୍ରହଣ କରୁଛନ୍ତି ବିଭିନ୍ନ ପଦକ୍ଷେପ । ବିଶେଷ କରି ଲୋକେ ମେଡିକାଲ ବାରମ୍ବାର ନଯିବାକୁ ପରାମର୍ଶ କରାଯାଉଛି । ମେଡିକାଲ ନଯାଇ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସରକାର ଆରମ୍ଭ କରିଛନ୍ତି ଟେଲି ମେଡିସିନ୍‌ ସେବା ।

ତେଣୁ ଜୁଲାଇ ୨୦ରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ ସେବା । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୪୧ଟି ଜାଗାରେ ଏହି ସେବା ମିଳିବ । ଟେଲିଫୋନ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ରୋଗୀ । ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ଟେଲିମେଡ଼ିସିନ ସେବା ମିଳିବାକୁ ଥିବା ବେଳେ ମେଡ଼ିକାଲ କଲେଜଗୁଡ଼ିକରେ ଏହି ସେବା ୨୪ଘଣ୍ଟା  ମିଳିବ  ।

ସ୍ୱାସ୍ଥମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । ସବୁ ଜିଲ୍ଲା ଚିକିତ୍ସାଳୟ ଓ ୭ ସରକାରୀ ମେଡ଼ିକାଲ କଲେଜରେ ଏହି ସେବା ଉପଲବ୍ଧ ହେବ । ସେହିପରି ରାଉରକେଲାର ଆରଜିଏଚ, କ୍ୟାପିଟାଲ ହସ୍ପିଟାଲରେ ଟେଲି ମେଡ଼ିସିନ ସେବା ମିଳିବ । କଟକ କ୍ୟାନସର ହସ୍ପିଟାଲ ଓ ଶିଶୁ ଭବନରେ ମଧ୍ୟ ଏହି ସେବା ମିଳିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top