X
Breaking News
ନ୍ୟୁଜ୍

ଜଳୁଛି ପଶ୍ଚିମଓଡ଼ିଶା ! ତାତିରୁ ନାହିଁ ନିସ୍ତାର

weather

ଭୁବନେଶ୍ୱର: ଜଳୁଛି ପଶ୍ଚିମଓଡ଼ିଶା । ତାତିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ରାଜ୍ୟରେ ଖରାର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ, ସକାଳ ହେଲେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ପ୍ରଚଣ୍ଡ ଖରା ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ନାକେଦମ୍ କରିଦେଲାଣି।ମେ’ ଶେଷ ଯାଏ ଏଭଳି ସ୍ଥିତି ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ଆହୁରି ୨ରୁ ୩ଡିଗ୍ରି ବଢ଼ିବ। ୨୪ ଓ ୨୫ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରିରେ ପହଞ୍ଚିପାରେ। ଟିଟିଲାଗଡ଼ ଅବସ୍ଥା ନ କହିବା ଭଲ। ୭ ଦିନ ହେଲା ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବାର ନାଁ ଧରୁନି। ପୁଣିଥରେ ୪୫ ଡିଗ୍ରି ପାର୍ ହୋଇଛି ତାପମାତ୍ରା। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୫ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ରାଜ୍ୟର ମୋଟ ୧୦ଟି ସହରର ପାରଦ ୪୦ ଡିଗ୍ରି ଉପରେ ରହିଥିଲା।

 ଗୋଟିଏ ଦୁଇଟି ସ୍ଥାନରେ ୪୮ ଡିଗ୍ରି ଟପିବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଉପକୂଳ ଓଡ଼ିଶାରେ ତାପମାତ୍ରା ଲଗାତାର ଭାବେ ବୃଦ୍ଧି ପାଇ ୨୫ ତାରିଖ ବେଳକୁ ୪୨ରୁ ୪୪ ଡିଗ୍ରି ହେବ। ଭୁବନେଶ୍ବର, ପୁରୀ, କଟକ ଭଳି କିଛି ସହରରେ ଝାଞ୍ଜି ପବନ ମାଡ଼ ହେବାର ବି ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର୍ ବିଶ୍ବାସଙ୍କ କହିବାନୁଯାୟୀ, ଏଣିକି ତାପମାତ୍ରା ବଢ଼ିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top