ଦେଶ

ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇଆଲର୍ଟ ଜାରି

Courtesy: m.dailyhunt.in

ପୁଣେ: ଧାରା 370 ଉଚ୍ଛେଦ ପରେ ବାଉଳା ପାକିସ୍ତାନ ଔଷଧ ରାଗରେ ତାଟିଆ କାମୁଡ଼ୁଛି । କୌଣସି ମତେ ଭାରତରେ ଶାନ୍ତି ଭଙ୍ଗ କରିବା ଲକ୍ଷ୍ୟରେ ରହିଛ ପାକିସ୍ତାନ । ଆତଙ୍କବାଦୀମାନଙ୍କୁ ଗରିଲା ଟ୍ରେନିଂ ଦେଇ ଭାରତ-ପାକ ସୀମାରେ ଆଲର୍ଟ କରିଛି । ଅନ୍ୟପଟେ ଅଧିକରୁ ଅଧିକ ପାକ୍‌ ସେନା ମଧ୍ୟ ମୁତୟନ ହେଉଛନ୍ତି ବୋଲି ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଠିକ ଏହାରି ଭିତରେ ଭାରତରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ପାକ୍‌ ଆତଙ୍କବାଦୀ ଦକ୍ଷିଣ ଭାରତରେ ପ୍ରବେଶ କରିଥିବା ନେଇ ଆଜି ସୂଚନା ମିଳିବା ପରେ ହାଇଆଲର୍ଟ ଜାରି ହୋଇଛି ।

ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସେମାନେ ଭାରତ ମଧ୍ୟରେ ପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁଇନ୍ଦା ବିଭାଗର ଏଭଳି ସୂଚନା ମିଳିବା ପରେ ସମଗ୍ର ଦକ୍ଷିଣ ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ଏଥିସହ ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଏଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି।

 ଜିଓସି ଲେଫଟନାଣ୍ଟ ଏସକେ ସାଇନି କହିଛନ୍ତି, ‘ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆମେ ଖବର ପାଇଛୁ । ଖାଲି ଏତିକି ନୁହେଁ ଗୁଜରାଟର ସାର କ୍ରିକ୍ ଠାରୁ ଏକ ପରିତ୍ୟକ୍ତ ଡଙ୍ଗା ମଧ୍ୟ ଠାବ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦକ୍ଷିଣ ଭାରତରେ ହାଇଆଲର୍ଟ ଜାରି କରାଯାଇଛି ।’

ସ୍ଥଳପଥ ଏବଂ ଆକାଶପଥରେ ଭାରତ ସକ୍ରିୟ ଥିବା ପାକ୍‌ ବୁଝିସାରିଛି । ତେଣୁ ଜଳପଥରେ ଆକ୍ରମଣ କରିବା ନେଇ ସଜବାଜ ହେଉଥିବା ପାକ୍‌ ଆତଙ୍କୀ ବହୁ ପ୍ରୟାସ ପରେ ଭାରତକୁ ପ୍ରବେଶ କରିଥିବା କୁହାଯାଉଛି । ଜୈଶ-ଏ-ମହମ୍ମଦର ୫୦ରୁ ଅଧିକ ସଦସ୍ୟ ଜଳପଥରେ ଆକ୍ରମଣ ପାଇଁ ସ୍ୱତନ୍ତ୍ର ତାଲିମ ପାଇଛନ୍ତି । ସେମାନେ ଏବେ ଭାରତରେ ଅନୁପ୍ରବେଶ କରିବାକୁ ଫୁଲଦମରେ ଚେଷ୍ଟା କରୁଛନ୍ତି ।

 ତେବେ ଦକ୍ଷିଣ ଭାରତରେ ଆତଙ୍କୀ ହମଲା ଆଶଙ୍କା ବୃଦ୍ଧି ପାଇବା ପରେ କେରଳ ପୋଲିସ୍ ପ୍ରଶାସନ ଅଧିକ ସଜାଗ ହୋଇଛି । ପୋଲିସ୍ ପ୍ରଶାସନ ପକ୍ଷରୁ କେରଳର ଥିବା ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ପାକିସ୍ତାନର କମାଣ୍ଡୋମାନେ ଜଳପଥ ଯୋଗେ କଚ୍ଛ ଦେଇ ଭାରତରେ ପ୍ରବେଶ କରିବାକୁ ଯୋଜନା କରିଥିବା ମଧ୍ୟ କହିଛି । ସାମ୍ଭାବ୍ୟ ଆତଙ୍କୀ ହମଲାକୁ ଦୃଷ୍ଟିରେ ରଖି ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ହାଲଆଲର୍ଟ ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top