ନ୍ୟୁଜ୍

ପୁରୀରେ ଆତଙ୍କୀଙ୍କ ଆକ୍ରମଣ ଆଶଙ୍କା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

puri

ପୁରୀ: ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଆକ୍ରମଣ ନେଇ ଆଶଙ୍କା ରହିଛି । ବିଶେଷକରି ଶ୍ରୀମନ୍ଦିର ଉପରେ ବିପଦ ରହିଥିବା ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଚେତାବନୀ ଦେବା ପରେ ପୁରୀ ପୋଲିସ ଆଲର୍ଟ ହୋଇ ରହିଛି । ବିଶେଷ କରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କଡାକଡି ଭାବେ  ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖାଯିବା ସହ  ଚେକିଂ କରି ଶ୍ରୀମନ୍ଦିର ଭିତରକୁ ଲୋକଙ୍କୁ ଛାଡିବାକୁ ପୁରୀ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

puri

ଅନ୍ୟପଟେ ସହରର ବିଭିନ୍ନ ଜନଗହଳି ଜାଗାରେ ପୋଲିସ ଗୁଇନ୍ଦା କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ସରକାର କିମ୍ବା ପ୍ରଶାସନର ନିର୍ଦ୍ଦେଶ ଆସିଲେ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୁରୀ ଅତିରିକ୍ତ ଏସପି କହିଛନ୍ତି । ଦୀର୍ଘ ଦିନ ହେବ ପୁରୀ ସହରରେ ସିସିଟିଭି ଗୁଡିକ ଅଚଳ ହୋଇ ପଡିଛି । ଏହାର ମରାମତି ପାଇଁ ପ୍ରଶ୍ନ କରିବାରୁ ଅତିରିକ୍ତ ଏସପି ସନ୍ତୋଷଜନକ ପ୍ରତିକ୍ରିୟା ନଦେଇ କେବଳ ମରାମତି ନେଇ ଉଦ୍ୟମ କରାଯାଉଥିବା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top