ଦେଶ

ଗତ ଏକ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରରେ 138 ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା

ଅର୍ଗସ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ଗତ ଏକ ବର୍ଷ ମଧ୍ୟରେ 111 ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ। ଅପରପକ୍ଷରେ ଚଳିତ ବର୍ଷ ମାର୍ଚ୍ଚ ରୁ ଅଗଷ୍ଟ ମଧ୍ୟରେ ସୁରକ୍ଷାବାହିନୀ 138 ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ଓ 50 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିସନ ରେଡି ଏହି ସୂଚନା ଏକେପି ଚିନରାଜ ଏବଂ ଏସ୍ ଜଗତରକ୍ଷକଣଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଗତ ତିନି ଦଶକ ଧରି ସୀମାପାର ଏବଂ ଆତଙ୍କବାଦ ଦ୍ଵାରା ପ୍ରଭାବିତ। ସରକାର ଆତଙ୍କବାଦୀ ନୀତି ବରାଦାସ୍ତ ନକରିବା ନୀତି ଆପଣେଇଛନ୍ତି। ଏହାର ପରିଣାମ ସ୍ଵରୂପ ଜାମ୍ମୁ କାଶ୍ମୀରରେ ଚଳିତ ବର୍ଷ ମାର୍ଚ୍ଚ ରୁ ଅଗଷ୍ଟ 31 ମଧ୍ୟରେ 138 ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top